ଓଡିଶା

odisha

By

Published : Jul 24, 2021, 7:16 PM IST

ETV Bharat / bharat

ଭାରତରୁ ବାଂଲାଦେଶ ଯିବ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ

ପ୍ରଥମ ଥର ଭାରତରୁ ବାଂଲାଦେଶକୁ ଯାଉଛି ଅକ୍ସିଜେନ ଏକ୍ସପ୍ରେସ । ଏ ନେଇ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଅଧିକ ପଢନ୍ତୁ...

 ଭାରତରୁ ବାଂଲାଦେଶ ଯିବ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ
ଭାରତରୁ ବାଂଲାଦେଶ ଯିବ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ

ନୂଆଦିଲ୍ଲୀ: ଭାରତରୁ ବାଂଲାଦେଶ ଯିବ ମେଡିକାଲ ଅକ୍ସିଜେନ । ପ୍ରଥମ ଥର ଭାରତରୁ ବାଂଲାଦେଶକୁ ଯାଉଛି ଅକ୍ସିଜେନ ଏକ୍ସପ୍ରେସ । ଏ ନେଇ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରିଛି ।

କୋରୋନା ମହାମାରୀର ଦ୍ବତୀୟ ଲହରୀରେ ଜୀବନ ରକ୍ଷାକାରୀ ଅମ୍ଲଜାନର ଗୁରୁତ୍ବ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଭାରତ ବାଂଲାଦେଶକୁ ପଠାଇବ 200 ମେଟ୍ରିକ ଟନ ତରଳ ମେଡିକାଲ ଅକ୍ସିଜେନ । ଭାରତୀୟ ରେଳବାରର ସ୍ବତନ୍ତ୍ର ଟ୍ରେନ ଜରିଆରେ ପଠାଯିବ ମେଡିକାଲ ଅକ୍ସିଜେନ । ଏକ ସ୍ବତନ୍ତ୍ର ଟ୍ରେନରେ 10 ଟି କଣ୍ଟେନର ପ୍ରସ୍ତୁତ କରାଯାଇଛି । କୋରୋନା ଲଢେଇରେ ମେଡିକାଲ ଅକ୍ସିଜେନ ଆବଶ୍ୟକତା ବୃଦ୍ଧି ପାଇଛି । ବର୍ତ୍ତମାନ କୋରୋନା ମହାମାରୀର ତୃତୀୟ ଲହର ଆଶଙ୍କା କରାଯାଉଛି । ବାଂଲାଦେଶରେ ମଧ୍ୟ କୋରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ସୂଚନାଥାଉକି କୋରୋନାର ଦ୍ବିତୀୟ ଲହରରେ ଭାରତରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଥିଲା । ଏ ଭଳି ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଅକ୍ସିଜେନ ପରିବହନ କରିଥିଲା ଭାରତୀୟ ରେଳ ବିଭାଗ । ଜରୁରୀକାଳୀନ ଭିତରେ ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇଥିଲା ଅକ୍ସିଜେନ ।

@ANI

ABOUT THE AUTHOR

...view details