ଓଡିଶା

odisha

ରେଳ ସଂଯୋଗ ସହ ଯୋଡି ହେବ ‘statue of unity’

By

Published : Nov 18, 2020, 2:19 PM IST

ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଯାଏଁ ସଂଯୋଗ ହେବ ରେଳ ଲାଇନ୍ । ଏ ବାବଦରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି ଯେ, 31 ଡିସେମ୍ବରରେ ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟତିଥୀ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରାଯିବ । ଅଧିକ ପଢନ୍ତୁ...

ରେଳ ସଂଯୋଗ ସହ ଯୋଡି ହେବ ‘statue of unity’
ରେଳ ସଂଯୋଗ ସହ ଯୋଡି ହେବ ‘statue of unity’

ନୂଆଦିଲ୍ଲୀ: ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଯାଏଁ ସଂଯୋଗ ହେବ ରେଳଲାଇନ । ଏ ବାବଦରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି ଯେ, 31 ଡିସେମ୍ବରରେ ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟତିଥୀ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରାଯିବ । ରେଳ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ରେଳବିଭାଗ କେୱଡିଆ ଲାଇନର କାର୍ଯ୍ୟ 31 ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଉଦ୍ୟମ କରୁଛି । ଏହି ରେଳ ଲାଇନ ସମାପ୍ତ ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଟ୍ରେନରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚିପାରିବେ।

ରେଳ ସଂଯୋଗ ସହ ଯୋଡି ହେବ ‘statue of unity’

ରେଳ ମନ୍ତ୍ରଣାଳୟ ଏକ ଟ୍ବିଟ୍ ଜରିଆରେ ସୂଚନା ଦେଇଛି ଯେ, ଖୁବ ଶୀଘ୍ର ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ଦର୍ଶନ ସହଜ ହେବ । ଭାରତୀୟ ରେଳବିଭାଗ ଚଳିତ ବର୍ଷ ଶେଷ ସୁଦ୍ଧା ଷ୍ଟାଚ୍ୟୁ ଅଫ୍ ୟୁନିଟି ସହିତ ରେଳ ସଂଯୋଗ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛି। କେୱଡିଆ ରେଳ ସଂଯୋଗ ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେଲେ ରାଜ୍ୟରେ ପର୍ଯ୍ୟଟନ ବୃଦ୍ଧି ପାଇବ। ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବାକୁ ଭଦୋଦରା, ଭରୁଚ ଏବଂ ଅଙ୍କଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବାକୁ ପଡୁଥିଲା।

ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରୁ କେୱଡିଆ ରେଳ ଷ୍ଟେସନ୍ ମାତ୍ର 5 କିଲୋମିଟର ଦୂରରେ । କେୱଡିଆ ରେଳ ସଂଯୋଗ ପ୍ରକଳ୍ପ ଅଧୀନରେ ଏହାକୁ ବିକଶିତ କରାଯାଉଛି । ରେଳ ସଂଯୋଗର ଉପଲବ୍ଧତା ପର୍ଯ୍ୟଟନ, ବାଣିଜ୍ୟ ତଥା ନିଯୁକ୍ତିକୁ ବୃଦ୍ଧି କରିବ ।

ABOUT THE AUTHOR

...view details