ଓଡିଶା

odisha

By

Published : Apr 25, 2023, 8:20 AM IST

ETV Bharat / bharat

ଆମେରିକାନ ଏୟାରଲାଇନ୍ସ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନ୍ୟୁୟର୍କରୁ ଦିଲ୍ଲୀ ଉଡାଣ ଆରମ୍ଭ କରି ବିମାନରେ ଭାରତୀୟ ଯାତ୍ରୀଙ୍କ ଅଶୋଭନୀୟ ଆଚରଣ । ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଭାରତୀୟ ଯାତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଆମେରିକାନ ଏୟାରଲାଇନ୍ସରେ ଭାରତୀୟ ଯାତ୍ରୀଙ୍କ ଅଶୋଭନୀୟ ଆଚରଣ। ମଝି ଆକାଶରେ ବିମାନ ଉଡୁଥିବା ବେଳେ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ ଜଣଙ୍କ। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଳାଇବା ପରେ ଯାତ୍ରୀଙ୍କୁ କାବୁ କଲା ପୋଲିସ। ନିଶାସକ୍ତ ଅବସ୍ଥାରେ ଭାରତୀୟ ଯାତ୍ରୀ ଜଣଙ୍କ ଏପରି ଆଚରଣ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଆମେରିକାନ ଏୟାରଲାଇନ୍ସର ଏକ ବିମାନ ନ୍ୟୁୟର୍କରୁ ଦିଲ୍ଲୀ ଉଡାଣ ଆରମ୍ଭ କରିଥିଲା। ଏହି ସମୟରେ ଜଣେ ଭାରତୀ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ବିମାନରେ ଯାତ୍ରା କରୁଥିଲେ । ହଠାତ ତାଙ୍କ ନିକଟରେ ବସିଥିବା ସହ ଯାତ୍ରୀଙ୍କ ଉପରେ ସେ ପରିସ୍ରା କରିଦେଇଥିଲେ । ଏହାପରେ ଯାତ୍ରୀ ଜଣଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଧରିଥିଲା । ତାଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ସହ ଯାତ୍ରୀଙ୍କ ବିବୃତ୍ତି ରେକର୍ଡ କରିଛି । ଉକ୍ତ ଯାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ଏହି ଘଟଣାରେ ଯାତ୍ରୀ ଜଣଙ୍କ ବିରୋଧରେ ଥାନାରେ ଏଫଆଇଆର ମଧ୍ୟ ପଞ୍ଜିକୃତ ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ତଦନ୍ତ କରୁଛି ଦିଲ୍ଲୀ ପୋଲିସ:ଏପରି ଅପରାଧ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏୟାରଲାଇନ୍ସର କ୍ରୁ ମେମ୍ବରଙ୍କ ଅଭିଯୋଗ ପରେ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ପରିସ୍ରା ସମ୍ପନ୍ଧୀୟ କିଛି କହିନାହାନ୍ତି। ସିଭିଲ ଏୟାରକ୍ରାଫ୍ଟ ରୁଲ୍‌ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ଗତ ମାର୍ଚ୍ଚ 5 ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଆମେରିକାର ଏୟାରଲାଇନ୍ସ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ଯାତ୍ରୀ ନିଜର ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣା ଜଣାପଡିବା ପରେ ବିମାନ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଯାତ୍ରୀ ଜଣକ ଆମେରିକା ବିଶ୍ବବିଦ୍ୟାଳୟର ଛାତ୍ର ହୋଇଥିବା ପରେ ଜଣାପଡିଥିଲା । ତେବେ ପରମୁହୁର୍ତ୍ତରେ ପରିସ୍ରା କରିଥିବା ଯାତ୍ରୀ ଜଣକ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଏହା ପୂର୍ବରୁ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଚାରିଆଡେ ଚହଳ ପକାଇଥିଲା । ଶଙ୍କର ମିଶ୍ରା ନାମକ ବ୍ୟକ୍ତି ମଦ ନିଶାରେ ଜଣେ ବୃଦ୍ଧା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଏୟାର ଇଣ୍ଡିଆ ଉପରେ 30 ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିଲା।

ABOUT THE AUTHOR

...view details