ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ବରେ ଭାରତୀୟ ସଂସଦୀୟ ଦଳର ଏକ ପ୍ରତିନିଧି ମଣ୍ଡଳୀ ସଂଯୁକ୍ତ ଆରବ ଏମିରଟ(UAE) ଗସ୍ତ କରିଛନ୍ତି । ସଂସଦୀୟ ଦଳର ସମ୍ମାନାର୍ଥେ ୟୁଏଇ ପ୍ରଶାସନ ଏକ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ଡାକିଛି । ଯେଉଁ ଅଧିବେଶନକୁ ଲୋକସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ସମ୍ବୋଧିତ କରିବେ ।
ୟୁଏଇ ସଂସଦର ନିମନ୍ତ୍ରଣକ୍ରମେ ଭାରତୀୟ ସଂସଦୀୟ ଦଳ ୟୁଏଇ ଗସ୍ତ କରିଛି । ଆଜି ପ୍ରତିନିଧି ମଣ୍ଡଳୀ ଗସ୍ତ କରିଥିବାବେଳେ, ବାଚସ୍ପତି ସେଠାରେ ତାଙ୍କର ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଉଭୟ ଦେଶର ସାମାଜିକ, ସାଂସ୍କୃତିକ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହା ସହ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ପ୍ରୟାସ ଯୋଗୁଁ କିଭଳି ଉଭୟ ଦେଶର ସମ୍ପର୍କ ସୁଦୃଢ ହେଉଛି ତାହାର ମଧ୍ୟ ଆଲୋଚନା କରିଛନ୍ତି ।