ଓଡିଶା

odisha

ETV Bharat / bharat

ବିଶ୍ବର ପ୍ରମୁଖ ରାଷ୍ଟ୍ର ଦାୟିତ୍ବରେ ଭାରତୀୟ ବଂଶୋଦ୍ଭବ - ଗାଏନା ରାଷ୍ଟ୍ରପତି

ବିଶ୍ବ ପ୍ରମୁଖ ଦେଶର ରାଜନୀତିରେ ଭାରତୀୟ ବଂଶୋଦ୍ଭବଙ୍କ କମାଲ । ପ୍ରମୁଖ ରାଷ୍ଟ୍ରରେ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ (Indian origin heads of different countries)। ଅଧିକ ପଢ଼ନ୍ତୁ

Indian origin persons who are serving as heads of different countries
ବିଶ୍ବର ପ୍ରମୁଖ ରାଷ୍ଟ୍ର ଦାୟିତ୍ବରେ ଭାରତୀୟ ବଂଶଦ୍ଭୋବ

By

Published : Oct 25, 2022, 9:43 PM IST

Updated : Oct 25, 2022, 10:22 PM IST

ହାଇଦ୍ରାବାଦ:ବିଶ୍ବ ପ୍ରମୁଖ ଦେଶର ରାଜନୀତିରେ ଭାରତୀୟ ବଂଶୋଦ୍ଭବ କମାଲ କରୁଛନ୍ତି(Indian origin heads of different countries) । ନିଜ ମାଟିଠାରୁ ଦୂରରେ ରହିଲେ ସୁଦ୍ଧା ଏମାନେ ଭାରତୀୟ ସଂସ୍କୃତି ସହ ଜଡ଼ିତ ରହି ଆସିଛନ୍ତି । ଏଭଳି ବ୍ୟକ୍ତିତ୍ବ ବିଭିନ୍ନ ପ୍ରାଶ୍ଚତ୍ୟ ଦେଶ ବା ଅଣପ୍ରାଶ୍ଚାତ୍ୟ ଦେଶରେ ନେତୃତ୍ବ ନେବା ଫଳରେ ଭାରତୀୟ ସଂସ୍କୃତିର ପ୍ରଚାରପ୍ରସାର ସୁଗମ ହୋଇ ପାରିଛି । ଋଷି ସୁନକ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାପରେ ଏହି ପ୍ରାଶ୍ଚାତ୍ୟ ଦେଶରେ ଏଭଳି ଆଶା ସଞ୍ଚାର ହୋଇଛି । ଋଷି ସୁନକଙ୍କ ଭଳି ଅନେକ ଦେଶରେ ଭାରତୀୟ ବଂଶୋଦ୍ଭବ ପ୍ରମୁଖ ଦାୟିତ୍ବରେ ରହିଛନ୍ତି । ନଜର ପକାନ୍ତୁ...

୨୦୨୦ରେ ଗୁୟାନାର ରାଷ୍ଟ୍ରପତି ଦାୟିତ୍ବ ନେଇଥିଲେ ମହମ୍ମଦ ଇର୍‌ଫାନ୍‌ । ଏକ ଇଣ୍ଡୋ-ଗାଇନିଜ୍‌ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମହମ୍ମଦ ଇର୍‌ଫାନ୍‌ । ସେହିଭଳି ୨୦୧୭ରେ ମୋରିସିୟସର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ ପ୍ରବିନ୍ଦ ଜୁଗ୍ନୌଥ । ସେ ଜଣେ ଭାରତୀୟ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେହିଭଳି ମୋରିସିୟସର ରାଷ୍ଟ୍ରପତି ଦାୟିତ୍ବରେ ଅଛନ୍ତି ପୃଥୀରାଜସିଂହ ରୁପୁନ । ସେ ଏକ ହିନ୍ଦୁ ଆର୍ଯ୍ୟ ସମାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୯ରେ ସେ ମୋରିସିୟସର ରାଷ୍ଟ୍ରପତି ଦାୟିତ୍ବ ନେଇଛନ୍ତି ।

ଦକ୍ଷିଣ ଆମେରିକର ସୁରିନେମ ନାମ ଦେଶର ରାଷ୍ଟ୍ରପତି ଅଛନ୍ତି ଚନ୍ଦିକା ପ୍ରସାଦ ସନ୍ତୋଖୀ । ସେ ୧୯୫୯ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାରର ଭାରତୀୟ ମୂଳ ସହ ସମ୍ପର୍କ ରହିଛି । ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ବାଦ ଦିଆଯାଇ ପାରିବ ନାହିଁ । ସେ ମଧ୍ୟ ଜଣେ ଭାରତୀୟ ବଂଶଦ୍ଭୋବ । ତାଙ୍କ ମାଆ ତାମିଲନାଡ଼ୁ ତିରୁଭରୁର୍‌ ଜିଲ୍ଲାର ତୁଲାସେନ୍ଦ୍ରିପୁରମ ଅଞ୍ଚଳ ବାସିନ୍ଦା ଥିଲେ । ବିବାହ ପରେ ସେ ଆମେରିକା ଚାଲି ଯାଇଥିଲେ ।

କମଳା ହାରିସଙ୍କ ମାଆ ଶ୍ୟାମା ଗୋପାଳନ ତୁଲାସେନ୍ଦ୍ରିପୁରମ ଅଞ୍ଚଳ ବାସିନ୍ଦା ଥିଲେ । ଏହିଭଳି ଭାବରେ ବିଶ୍ବର ପ୍ରମୁଖ ଦେଶରେ ପ୍ରମୁଖ ନେତୃତ୍ବରେ ରହିଛନ୍ତି ଭାରତୀୟ ବଂଶଦ୍ଭୋବ । ଏହି ୫ଟି ଦେଶ ଛଡ଼ା ଅନ୍ୟ କେତେକ ଦେଶରେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି । ଏହି ତାଲିକାରେ ତ୍ରିନିଦାଦ୍‌ ଓ ତୋବାଗୋ, ମାଲେସିଆ, ଫିଜି ଓ ଆୟାର୍ଲାଣ୍ଡ ଭଳି ଦେଶ ରହିଛି ।

Last Updated : Oct 25, 2022, 10:22 PM IST

ABOUT THE AUTHOR

...view details