ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଳନ ପାଇବେ ଗଣମାଧ୍ୟମର ସର୍ବୋଚ୍ଚ ସମ୍ମାନଜନକ ପୁଲିଜର ଆଓ୍ବାର୍ଡ (Pulitzer Prize) । ଅନୁସନ୍ଧାନମୂଳକ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ।
ଚୀନରେ ଇସଲାମ ସମ୍ପ୍ରଦାୟ, ଉଇଗୁରୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟରର ବନ୍ଦୋବସ୍ତ ଶିବିରକୁ ନେଇ ଏକ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିଲେ ମେଘା । ଚୀନରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦମନ କରିବା ପାଇଁ ଚୀନ ସରକାର ପ୍ରସ୍ତୁତ କରିଥିବା ଷଡଯନ୍ତ୍ର ଓ ଦମନ ମୂଳକ ଭିତ୍ତିଭୂମୀ ଉପରେ ଅନୁସନ୍ଧାନମୂଳକ ତଥ୍ୟ ସହ ଖବର ପ୍ରସାରଣ କରିଥିଲେ ମେଘା ।
ଭାରତୀୟ ବଂଶୋଦ୍ଭବ ମେଘା ବର୍ତ୍ତମାନର ‘BuzzFeed News ’ ନାମକ ଏକ ସଂସ୍ଥାରେ ସାମ୍ବାଦିକା ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ମଧ୍ୟ 2017 ମସିହାରେ ଯୁକ୍ତରାଷ୍ଟ୍ର ସାମ୍ବାଦିକତା ଆଓ୍ବାର୍ଡ ମଧ୍ୟ ହାସଲ କରିସାରିଛନ୍ତି । ଗତକିଛି ଦିନ ଧରି ଚୀନ ମୁସଲମାନ ବିରୋଧୀ ତଥା ଦମନମୂଳକ ନୀତି ଆପଣାଇବାରେ ଲାଗିଛି। ଏହାକୁ ନେଇ ଅନୁସନ୍ଧାନମୂଳକ ରିପୋର୍ଟିଂ କରିଥିଲେ ମେଘା ।