ହାଇଦ୍ରାବାଦ:ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ବିଶ୍ବବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବେ । ଆଜି (ବୁଧବାର) ବୋର୍ଡ ବୈଠକରେ ତାଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଆଜି 25 ସଦସ୍ୟ ବିଶିଷ୍ଟ ବିଶ୍ବବ୍ୟାଙ୍କ ବୋର୍ଡ ବୈଠକରେ ମତଦାନ ଜରିଆରେ ତାଙ୍କୁ ଚୟନ କରାଯିବା ପରେ ବୋର୍ଡ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଦାୟିତ୍ବ ଗ୍ରହଣ କରିବାରୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ସେ ଆସନ୍ତା ମାସ 2 ତାରିଖରୁ ସେ ବର୍ତ୍ତମାନର ଅଧ୍ୟକ୍ଷ ଡେଭିଡ ମାଲପାସଙ୍କଠାରୁ ଏହି ଦାୟିତ୍ବ ଗ୍ରହଣ କରିବେ । ବାଙ୍ଗା ପୂର୍ବରୁ ମାଷ୍ଟରକାର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । 2010ରୁ 2021 ପର୍ଯ୍ୟନ୍ତ ସେ ମାଷ୍ଟରକାର୍ଡର ସିଇଓ ଭାବେ ଦାୟିତ୍ବରେ ଥିଲେ ।
ପ୍ରାୟ ଏକ ବର୍ଷ ପୂର୍ବରୁ ଡେଭିଡ ତାଙ୍କ ଇସ୍ତଫା ନେଇ ସୂଚନା ଦେଇଥିଲା । ବାଙ୍ଗାଙ୍କ ପାର୍ଥୀତ୍ବକୁ ଭାରତ ପକ୍ଷରୁ ସମର୍ଥନ କରାଯାଇଛି । ସେହିପରି ଆମରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ମଧ୍ୟ ମାଷ୍ଟରକାର୍ଡ-ଇଙ୍କ୍ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହନୀ ଅଧିକାରୀ ବାଙ୍ଗାଙ୍କୁ ଅଧ୍ୟକ୍ଷ ପଦ ପାଇଁ ସମର୍ଥନ ମିଳିଥିଲା ।
ପୁଣେରେ ଜନ୍ମ, ଶିମଲାରେ ପ୍ରାଥମିକ ଶିକ୍ଷା:-