ଓଡିଶା

odisha

ଆଜି ନୌସେନାରେ ସାମିଲ ହେବ INS ବିଶାଖାପାଟନମ

By

Published : Nov 21, 2021, 8:40 AM IST

Updated : Nov 21, 2021, 8:53 AM IST

ଭାରତର ପ୍ରଥମ ଘାତକ ଡେଷ୍ଟ୍ରୟର ଜାହାଜ ଆଇଏନଏସ(INS) ବିଶାଖାପାଟନମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ନୌସେନାକୁ ହସ୍ତାନ୍ତର କରାଯିବ । ଅଧିକ ପଢନ୍ତୁ

ଆଜି ନୌସେନାରେ ସାମିଲ ହେବ INS ବିଶାଖାପାଟନମ
ଆଜି ନୌସେନାରେ ସାମିଲ ହେବ INS ବିଶାଖାପାଟନମ

ନୂଆଦିଲ୍ଲୀ: ଆଜି(ରବିବାର) ନୌସେନାରେ ସାମିଲ ହେବ ଆଇଏନଏସ ବିଶାଖାପାଟନମ । ଭାରତର ପ୍ରଥମ ଘାତକ ଡେଷ୍ଟ୍ରୟର ଜାହାଜ ଆଇଏନଏସ(INS) ବିଶାଖାପାଟନମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ନୌସେନାକୁ ହସ୍ତାନ୍ତର କରାଯିବ ।

ପ୍ରୋଜେକ୍ଟ ୧୫ବି ଅଧୀନରେ ଏହି ସର୍ବବୃହତ ଷ୍ଟିଲଥ ଗାଇଡେଡ ମିଶାଇଲ ଡେଷ୍ଟ୍ରୟର ନିର୍ମାଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଡିଏମଆର(DMR)-୨୪୯ଏ ଲୁହାରେ ଏହା ନିର୍ମିତ ହୋଇଛି । ଏହାର ଲମ୍ବ ୧୬୩ ମିଟର ହୋଇଥିବାବେଳେ ଓଜନ ପାଖାପାଖି ୭୪୦୦ଟନ ରହିଛି । ଏହା ଘଣ୍ଟାପ୍ରତି ୩୦ନଟ ବେଗରେ ଗତି କରିବ । ପ୍ରୋଜେକ୍ଟ -75 ଅଧୀନରେ ୬ଟି ସବମେରାଇନ୍ ନିର୍ମାଣ କରାଯାଉଛି । ଜାହାଜରେ ଗୁରୁତ୍ବପୂର୍ଣ୍ଣ ସ୍ବଦେଶୀ ଜିନିଷ ରହିଛି । ଯାହା ଆତ୍ମନିର୍ଭର ଭାରତ ପ୍ରତି 75 ପ୍ରତିଶତ ଅବଦାନ ରହିଛି ।

ଆଇଏନଏସରେ ଦୁଇଟି ହେଲିକ୍ଟର ମଧ୍ୟ ରହିପାରିବ । ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଏବଂ ଆକାଶମାର୍ଗରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମିଶାଇଲ, ମଧ୍ୟମ ଓ ସ୍ବଚ୍ଛ ଦୂରଗାମୀ ଗନ୍, ଟର୍ପୋଡୋ ଟ୍ୟୁବସ, ଲଞ୍ଚକ, ବୁଡାଜାହାଜ ବିଧ୍ବଂସୀ ରକେଟ, ଜିଜିଟାଲ ନେଟୱାର୍କ, ସେନସର ଏବଂ ଆତ୍ୟାଧୁନିକ ଇଲେକ୍ଟୋନିକ ୱାରଫେୟର ଓ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 21, 2021, 8:53 AM IST

ABOUT THE AUTHOR

...view details