ଓଡିଶା

odisha

ETV Bharat / bharat

ନୌସେନାର ବଢିବ ଶକ୍ତି: 38 ସଂପ୍ରସାରିତ ରେଞ୍ଜ ବ୍ରହ୍ମୋସରେ ଶକ୍ତିଶାଳୀ ହେବ ଯୁଦ୍ଧ ଜାହାଜ

ଯୁଦ୍ଧ କ୍ଷମତା ବଢାଇବା ପାଇଁ ଅଧିକ ରେଞ୍ଜର 38 ବ୍ରହ୍ମୋସ ମିସାଇଲ କଣିବାକୁ ଯୋଜନା କରୁଛି ଭାରତୀୟ ନୌସେନା । ଏହି ସୁପର ସୋନିଲ କ୍ରୁଜ ମିସାଇଲ ଜରିଆରେ ପାଖାପାଖି 450 କିଲୋମିଟରର ଟାର୍ଗେଟକୁ ଭେଦ କରାଯାଇପାରିବ । ଅଧିକ ପଢନ୍ତୁ...

ନୌସେନାର ବଢିବ ଶକ୍ତି, 38 ସଂପ୍ରସାରିତ ରେଞ୍ଜ ବ୍ରହ୍ମୋସରେ ଶକ୍ତିଶାଳୀ ହେବ ଯୁଦ୍ଧ ଜାହାଜ
ନୌସେନାର ବଢିବ ଶକ୍ତି, 38 ସଂପ୍ରସାରିତ ରେଞ୍ଜ ବ୍ରହ୍ମୋସରେ ଶକ୍ତିଶାଳୀ ହେବ ଯୁଦ୍ଧ ଜାହାଜ

By

Published : Dec 15, 2020, 9:24 PM IST

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ମଧ୍ୟରେ କ୍ରମାଗତ ଭାବରେ ନିଜ ଶକ୍ତି ବଢାଇ ଚାଲିଛି ଭାରତ । ଏହି କ୍ରମରେ ଯୁଦ୍ଧ କ୍ଷମତା ବଢାଇବା ପାଇଁ ଅଧିକ ରେଞ୍ଜର 38 ବ୍ରହ୍ମୋସ ମିସାଇଲ କଣିବାକୁ ଯୋଜନା କରୁଛି ଭାରତୀୟ ନୌସେନା । ଏହି ସୁପର ସୋନିଲ କ୍ରୁଜ ମିସାଇଲ ଜରିଆରେ ପାଖାପାଖି 450 କିଲୋମିଟରର ଟାର୍ଗେଟକୁ ଭେଦ କରାଯାଇପାରିବ ।

ବ୍ରହ୍ମୋସ ମିସାଇଲକୁ ନିର୍ମାଣାଧିନ ବିଶାଖାପାଟନମ ଶ୍ରେଣୀ ଯୁଦ୍ଧ ଜାହାଜରେ ନିୟୋଜିତ କରାଯିବ । ଏହି ଯୁଦ୍ଧ ଜାହାଜ ଭବିଷ୍ୟତରେ ଭାରତୀୟ ନୌସେନାରେ ସାମିଲ ହେବାର ଆଶା ରହିଛି ।

ସରକାରୀ ସୂତ୍ରର ସୂଚନା ଅନୁଯାୟୀ ଅଧିକ ରେଞ୍ଜର 38ଟି ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ କ୍ରୟ ପାଇଁ 1800 କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି । ତେବେ ମନ୍ତ୍ରଣାଳୟ ପକ୍ଷରୁ ଏହାର ଶିଘ୍ର ମଞ୍ଜୁରୀ ନେଇ ଅନୁମାନ ରହିଛି । ବ୍ରହ୍ମୋସ ଯୁଦ୍ଧ ଜାହାଜର ମୁଖ୍ୟ ଷ୍ଟ୍ରାଇକ ଅସ୍ତ୍ର ହେବ । ନୌସେନାର ଅନେକ ଯୁଦ୍ଧ ଜାହାଜରେ ଏହା ପ୍ରଥମରୁ ହିଁ ନିୟୋଜିତ ରହିଛି ।

ସମୁଦ୍ର ଅଞ୍ଚଳରେ 400 କିଲୋମିଟରରୁ ଅଧିକ ଦୂରର ଲକ୍ଷ୍ୟ ଭେଦ ପାଇଁ ଭାରତୀୟ ନୌସେନା ଆଇଏନଏସ ଚେନ୍ନାଇରୁ ବ୍ରହ୍ମୋସ ମିସାଇଲର ପରୀକ୍ଷଣ ମଧ୍ୟ କରିସାରିଛି ।

ABOUT THE AUTHOR

...view details