ନୂଆଦିଲ୍ଲୀ: ଅଗ୍ନିପଥ ନିଯୁକ୍ତି ଯୋଜନାରେ ଭାରତୀୟ ନୌସେନାରେ ଏପର୍ଯ୍ୟନ୍ତ ୩.୩ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ନୌସେନା ଜୁଲାଇ 2ରେ ଏହି ଯୋଜନା ଅଧୀନରେ ନିଯୁକ୍ତି ପକ୍ରିୟା ଆରମ୍ଭ କରିଥିଲା । ଜୁଲାଇ ୨୨ ସୁଦ୍ଧା ମୋଟ 3,03,328 ଆବେଦନ ଗ୍ରହଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଟୁଇଟ୍ କରି କହିଛନ୍ତି ।
Agnipath Scheme: ବର୍ତ୍ତମାନ ସୁଦ୍ଧା 3.3 ଲକ୍ଷ ଆବେଦନ ଗ୍ରହଣ କରିଛି ଭାରତୀୟ ନୌସେନା - ଭାରତୀୟ ନୌସେନା ଆବେଦନକାରୀ
ଅଗ୍ନିପଥ ନିଯୁକ୍ତି ଯୋଜନାରେ ଜୁଲାଇ ୨୨ ସୁଦ୍ଧା ନୌସେନାରେ ମୋଟ 3,03,328 ଆବେଦନ ଗ୍ରହଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ
ଜୁନ୍ ୧୪ରେ ସେନାରେ ସାମିଲ ପାଇଁ ଘୋଷଣା ହୋଇଥିଲା ଅଗ୍ନିପଥ ଯୋଜନା(Agnipath Scheme ) । ସ୍ଥଳସେନା, ବାୟୁସେନା ଓ ନୌସନାର ବିଭିନ୍ନ ପଦ ପଦବୀରେ ନିଯୁକ୍ତି ନେଇ ଦେଶର ଯୁବକ ଯୁବତୀଙ୍କ ପାଇଁ ଏହି ଯୋଜନାକୁ ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯାହାର ବୟସ ସୀମା 17ରୁ 23 ବର୍ଷ ରହିଛି । ଏହି ଯୋଜନାରେ ପ୍ରଶିକ୍ଷଣ ଅବଧି ସମେତ ମୋଟ ସେବା ଅବଧି 4 ବର୍ଷ ରଖାଯାଇଛି । ପରେ ଯୋଜନାରେ ଥିବା ସର୍ତ୍ତାବଳୀ ଅନୁସାରେ ପ୍ରାୟ 25 ପ୍ରତିଶତ ଅଗ୍ନିବୀର ଯୋଗ୍ୟତା ମାପଦଣ୍ଡରେ ନିୟମିତ ଭାବେ ସେନାରେ କାର୍ଯ୍ୟ ଜାରି ରଖିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଅଗ୍ନିପଥ ଯୋଜନାରେ 50 ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଏହି ଯୋଜନା ଘୋଷଣା ପରେ ଦେଶର ବିଭିନ୍ନ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା ।