ଓଡିଶା

odisha

ETV Bharat / bharat

ସମୁଦ୍ରରେ ବଢିବ ନୌସେନା କ୍ଷମତା; ପ୍ରକଳ୍ପ-75କୁ ଗ୍ରୀନ ସିଗନାଲ୍

ନୌସେନା ଚାହୁଁଛି ସବମରୀନ 18 ହେବିୱେଟ ଟରପେଡୋ କ୍ଷମତା । କାରଣ ଏବେ ନୌସେନା ପାଖରେ 140 ସବମରୀନ ରହିଛି । ଯାହା ଦ୍ବାରା ଗୋଟିଏ ସମୟରେ ନୌସେନା ଉଭୟ ପାକିସ୍ତାନ ଓ ଚୀନର ମୁକାବିଲା କରିପାରିବ ।

indian navy project 75 india
indian navy project 75 india

By

Published : Jun 4, 2021, 9:27 PM IST

ନୂଆଦିଲ୍ଲୀ: ବଢିବ ଭାରତୀୟ ନୌସେନାର କ୍ଷମତା । ଏନେଇ ଆଜି (ଶୁକ୍ରବାର) ପ୍ରତିରକ୍ଷା ମନ୍ତ୍ରଣାଳୟ ବଡ ନିଷ୍ପତ୍ତି ନେଇଛି । ରକ୍ଷା ମନ୍ତ୍ରଣାଳୟର ମହତ୍ବାକାଂକ୍ଷୀ ପ୍ରକଳ୍ପ-75 ଇଣ୍ଡିଆ ଅଧିନରେ 6ଟି ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି । ଅନେକ ଦିନ ଧରି ଏହି ପ୍ରକଳ୍ପ ଅଟକି ରହଥିବା ବେଳେ ଆଜି ଏହା ମଞ୍ଜୁରି ପାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ 50 ହଜାର କୋଟିର ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପର ଟେଣ୍ଡର ପାଇଛି ସ୍ବଦେଶୀ କମ୍ପାନୀ ମଝଗାଁଓ ଡାଁକ୍ସ ଲିମିଟେଡ ଓ ଏଲଆଣ୍ଡ ଟି କମ୍ପାନୀ । ପ୍ରକଳ୍ପ-75 ଇଣ୍ଡିଆ ପାଇଁ ଏହି ଦୁଇ କମ୍ପାନୀ କୌଣସି ବିଦେଶୀ ସିପୟାର୍ଡ ସହ ମିଶି ପୁରା ବିଡ ପ୍ରସ୍ତୁତ କରିବେ ।

କଣ ଏହି ପ୍ରକଳ୍ପ -75?

ନିଜର ସାମୁଦ୍ରିକ ଅଞ୍ଚଳରେ ଶକ୍ତି ବଢାଇବା ପାଇଁ ଭାରତୀୟ ନୌସେନା ଏହି ପ୍ରକଳ୍ପର ପରିକଳ୍ପନା କରିଥିଲା । ଏହି ପ୍ରକଳ୍ପ ଅଧିନରେ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ 6 ଗୋଟି ଡିଜେଲ ଇଲେକ୍ଟ୍ରି ବୁଡାଜାହଜ ନିର୍ମାଣ କରିବ । ଏହା ବର୍ତ୍ତମାନ ମୁମ୍ବାଇର ମାଜାଗୋନ ଡକୟାର୍ଡରେ ନିର୍ମାଣାଧିନ ସ୍କର୍ପିନ ସବମରୀନଠାରୁ 50 ପ୍ରତିଶତ ବଡ ହେବ । ଭାରତୀୟ ନୌସେନା ଚାହୁଁଛି ନିର୍ମାଣ ହେବାକୁ ଥିବା ଜାହାଜରେ ହେବି ଡ୍ୟୁଟି ଫାୟାର କ୍ଷମତା ରହିବ । ଫଳରେ ଆଣ୍ଟି-ସିପ କ୍ରୁଜ ମିଶାଇଲ ସହ 12 ଲେଣ୍ଡ ଆଟାକ କ୍ରୁଜ ମିଶାଇଲ ମଧ୍ୟ ମୁତୟନ କରାଯାଇ ପାରିବ । ଯାହାଦ୍ବାର ଯେକୌଣସି ପରମାଣୁ ଆକ୍ରମଣକୁ ପ୍ରତିହତ କରିପାରିବ ।

ସବମରୀନରେ କଣ ସୁବିଧା ଚାହୁଁଛି ନୌସେନା ?

ନୌସେନା ଚାହୁଁଛି ସବମରୀନ 18 ହେବିୱେଟ ଟରପେଡୋ କ୍ଷମତା । କାରଣ ଏବେ ନୌସେନା ପାଖରେ 140 ସବମରୀନ ଓ ଜୁଦ୍ଧଜାହଜ ରହିଛି । ଯାହା ଦ୍ବାରା ଗୋଟିଏ ସମୟରେ ନୌସେନା ଉଭୟ ପାକିସ୍ତାନ ଓ ଚୀନର ମୁକାବିଲା କରିପାରିବ । ଏହାବାଦ ଭାରତ ହିନ୍ଦ ମହାସାଗରରେ ନିଜର କ୍ଷମତାକୁ ବୃଦ୍ଧି କରିପାରିବା ଓ ଆରବ ସାଗର ସମେତ ଶ୍ରୀଲଙ୍କା ଉପକୂଳ ପର୍ଯ୍ୟନ୍ତ ନଜର ରଖିବା ପାରିବ । ତେବେ ଏହି ପ୍ରକଳ୍ପର ସମସ୍ତ ନିର୍ମାଣ ଭାରତରେ ହେବ । ଆଗାମୀ 10 ବର୍ଷ ମଧ୍ୟରେ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details