ଓଡିଶା

odisha

ETV Bharat / bharat

ତାମିଲନାଡୁ ମତ୍ସ୍ୟଜୀବୀଙ୍କ ଉପରେ ଭାରତୀୟ ନୌସେନାର ଫାୟରିଂ - ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କ ଉପରେ ନୌସେନାର ଫାୟରିଂ

ମତ୍ସ୍ୟଜୀବୀଙ୍କ ଉପରେ ଭାରତୀୟ ନୌସେନାର ଫାୟରିଂ । ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କ ଉପରେ ଭାରତୀୟ ନୌସେନା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି । ଫଳରେ କେତେକ ମତ୍ସ୍ୟଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Indian Navy opens fire at Tamil Nadu fishermen near Palk Bay
ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କ ଉପରେ ଭାରତୀୟ ନୌସେନାର ଫାୟରିଂ

By

Published : Oct 21, 2022, 6:40 PM IST

ଚେନ୍ନାଇ: ମଝି ସମୁଦ୍ରରେ ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କ ଉପରେ ଭାରତୀୟ ନୌସେନା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି (Indian Navy opens fire at Tamil Nadu fishermen)। ଫଳରେ କେତେକ ମତ୍ସ୍ୟଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଏକ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ତାମିଲନାଡ଼ୁ ମତ୍ସ୍ୟସମ୍ପଦ ମନ୍ତ୍ରୀ ଅନିତା ରାଧାକ୍ରୀଷ୍ଣନ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜଣେ ମତ୍ସ୍ୟଜୀବୀଙ୍କ ଦେହରେ ୪ଟି ଗୁଳି ଲାଗିଛି । ଆହତ ମତ୍ସ୍ୟଜୀବୀଙ୍କ ଦେହରୁ ଗୁଳି କାଢ଼ିବା ପାଇଁ ଅପରେସନ ଆରମ୍ଭ ହେବ । ଅଧିକାଂଶ ମତ୍ସ୍ୟଜୀବୀଙ୍କ ପେଟ ଓ ଜଙ୍ଘରେ ଗୁଳି ବାଜିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

କରାଇକାଲ୍‌ ଅଞ୍ଚଳରୁ ୧୦ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ବାହାରିଥିଲେ । ସେମାନଙ୍କ ମଧ୍ୟରେ କରାଇକାଲ୍‌ ଅଞ୍ଚଳର ୩ ଜଣ ମତ୍ସ୍ୟଜୀବୀ, ନାଗପଟ୍ଟିନାମ ଅଞ୍ଚଳର ଜଣେ ଓ ୬ ଜଣ ମାୟିଲାଦୁଥୁରାଇ ଅଞ୍ଚଳର ମତ୍ସ୍ୟଜୀବୀ ସାମିଲ ଥିଲେ । ଦକ୍ଷିଣ ଗଲ୍ଫ ଅଫ ମନ୍ନାରରେ ଏହି ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ତାଙ୍କ ଉପରକୁ ଗୁଳି ଚାଳନା ହୋଇଥିଲା ।

ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, "ଭାରତୀୟ ନୌସେନା ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚାଳନା କରିବା ଦୁଃଖଦ ଘଟଣା । ଏହାପୂର୍ବରୁ ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ସମସ୍ୟାରେ ପକାଉଥିଲା । ଏହା ଏବେ ନିୟନ୍ତ୍ରଣରେ ଥିବା ବେଳେ ବର୍ତ୍ତମାନର ଘଟଣା ଅତ୍ୟନ୍ତ ଦୁଃଖଦାୟକ ।" କେଉଁ କାରଣରୁ ମତ୍ସ୍ୟଜୀବୀଙ୍କ ଉପରେ ଗୁଳିଚାଳନା ହେଲା ତାହା ଅସ୍ପଷ୍ଟ ରହିଛି । ତାହାକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ମତ୍ସ୍ୟସମ୍ପଦ ମନ୍ତ୍ରୀ ।

ସୂତ୍ର ମୁତାବକ ଉଚିପୁଲିରେ ଭାରତୀୟ ନୌସେନା ବୋଟ୍‌ ପାଟ୍ରୋଲିଂ କରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଉପରେ ଗୁଳିଚାଳନା କରିଛି । ବୋଟ୍‌ରେ ୧୦ ଜଣ ମତ୍ସ୍ୟଜୀବୀ ରହିଥିଲେ । ନୌସେନାର ସିଗ୍ନାଲ୍‌ ପରେ ମଧ୍ୟ ବୋଟ୍‌ ନରହିବାରୁ ଏହି ଗୁଳିଚାଳନା କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । ଭାରତ-ଶ୍ରୀଲଙ୍କା ସୀମା ସାମୁଦ୍ରିକ ଅଞ୍ଚଳ ନିକଟରେ ମାଛ ମାରୁଥିଲେ ୧୦ ମତ୍ସ୍ୟଜୀବୀ । ବାରମ୍ବାର ଚେତବନୀ ପରେ ବି ବୋଟ୍‌ ନରହିବାରୁ ସେମାନଙ୍କ ଉପରେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ଭାରତୀୟ ନୌସେନା । ଏହାକୁ ନେଇ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛି ନୌସେନା ।

ABOUT THE AUTHOR

...view details