ଓଡିଶା

odisha

ETV Bharat / bharat

ଚୀନ ମାଛଧରା ଡଙ୍ଗା ବୁଡିବା ଘଟଣା, ଉଦ୍ଧାରରେ ନିୟୋଜିତ ହେଲା P8I ଏୟାରକ୍ରାଫ୍ଟ - P8I ଏୟାରକ୍ରାଫ୍ଟ

ଭାରତ ମହାସାଗରରେ ଚୀନ ମାଛଧରା ଡଙ୍ଗା ବୁଡିଯିବା ଘଟଣା । ଚୀନ ନୌସେନାର ଅନୁରୋଧ କ୍ରମେ ସାହାଯ୍ୟ ପାଇଁ ହାତ ବଢାଇଲା ଭାରତ । ଅଧିକ ପଢନ୍ତୁ

P8I aircraft
P8I aircraft

By

Published : May 19, 2023, 7:53 AM IST

ନୂଆଦିଲ୍ଲୀ: ଗତ ୧୭ ତାରିଖରେ ଭାରତ ମହାସାଗରରେ ଚୀନର ମାଛଧରା ଡଙ୍ଗା ବୁଡିଯିବା ଘଟଣା । ୩୯ଜଣ ନିଖୋଜଙ୍କୁ ଖୋଜିବା ପାଇଁ ଯୁଦ୍ଧଭିତ୍ତିରେ ଅଭିଯାନ ଜାରି ରହିଛି । ଏହାରି ଭିତରେ ଚୀନକୁ ସହାୟତାର ହାତ ବଢାଇଛି ଭାରତ । ଚୀନର ଅନୁରୋଧକ୍ରମେ ଭାରତ ଏହି ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଛି । ଏହି ଅପରେସନ ପାଇଁ ଭାରତୀୟ ନୌସେନା ପକ୍ଷରୁ P8I ଏୟାରକ୍ରାଫ୍ଟକୁ ପଠାଯାଇଛି ।

ଏନେଇ ଭାରତୀୟ ନୌସେନା ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ଚୀନର ଅନୁରୋଧ ପରେ ଭାରତ ପକ୍ଷରୁ ମେ ୧୭ରେ ପ୍ରାୟ ୯୦୦ ସାମୁଦ୍ରିକ ମାଇଲ ଦୂରରେ ଭାରତ ମହାସାଗରରେ P8I ଏୟାରକ୍ରାଫ୍ଟକୁ ନିୟୋଜିତ କରାଯାଇଛି । Lu Peng Yuan Yu 028 ଡଙ୍ଗା ବୁଡିଯିବା ଫଳରେ ୩୯ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ଚାଇନା, ଇଣ୍ଡୋନେସିଆ ଏବଂ ଫିଲିଫାଇନ୍ସର ନାଗରିକ ରହିଥିଲେ ।"

ଆହୁରି ମଧ୍ୟ କୁହାଯାଇଛି,"ଖରାପ ପାଗ ସତ୍ତ୍ବେ ମଧ୍ୟ ଭାରତୀୟ ନୌସେନା ଚୀନ ନୌସେନାକୁ ସମସ୍ତ ପ୍ରକାର ସହାୟତା ଯୋଗାଉଛି । ଭାରତୀୟ ନୌସେନାର ସଦସ୍ୟଙ୍କ ଦ୍ବାରା ନିଖୋଜଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ରେସ୍କ୍ୟୁ ଅପରେସନ ସମୟରେ ଡଙ୍ଗା ସହ ଜଡିତ ଅନେକ ଜିନିଷ ମିଳିଛି ।"

ଏହା ମଧ୍ୟ ପଢନ୍ତୁ: ଭାରତ ମହାସାଗରରେ ବୁଡିଗଲା ଚୀନ ମାଛଧରା ଡଙ୍ଗା, ୩୯ ନିଖୋଜ

କହିରଖୁଛୁ କି, ଗତ ମଙ୍ଗଳବାର ଦିନ ମଙ୍ଗଳବାର ରାତି ୩ଟା ସମୟରେ ଭାରତ ମହାସାଗରରେ ଚଳାଚଳ କରୁଥିବା ସମୟରେ ଡଙ୍ଗାଟି ବୁଡି ଯାଇଥିଲା । ଉକ୍ତ ଡଙ୍ଗାରେ ଥିବା କ୍ରୁ ମାନଙ୍କ ମଧ୍ୟରୁ ଚୀନରୁ ୧୭ ଜଣ, ଇଣ୍ଡୋନେସିଆରୁ ୧୭ ଜଣ ଥିବାବେଳେ ଫିଲିପାଇନ୍ସରୁ ୫ ଜଣ ଥିଲେ । ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ଲି କିରାଙ୍ଗ ବିଦେଶରେ ଉପସ୍ଥିତ କୂଟନୀତିଜ୍ଞ ତଥା କୃଷି ଓ ପରିବହନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣାର କିଛି ସମୟ ପରେ ହିଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହାପରେ ଚୀନ ନୌସେନା ପକ୍ଷରୁ ଭାରତୀୟ ନୌସେନାକୁ ସହଯୋଗ ପାଇଁ ନିବେଦନ କରାଯାଇଥିଲା । ଅନୁରୋଧ କ୍ରମେ ଭାରତୀୟ ବାୟୁସେନା ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିଲା ।

ତେବେ ସ୍ଥାନୀୟ ଏକ ଗଣମାଧ୍ୟମର ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ ସମୟରେ ଦୁଇଜଣଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ABOUT THE AUTHOR

...view details