ଓଡିଶା

odisha

ETV Bharat / bharat

Russia's Navy Day; ଭାରତୀୟ ନୌସେନା ମୁଖ୍ୟଙ୍କ ସମେତ INS ତବର ହେବ ସାମିଲ

ଭାରତୀୟ ନୌସେନା (Indian navy) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ ଦିନିଆ ସଦଭାବନା ଯାତ୍ରା ଓ ରୁଷିଆ ନୌସେନାର ୩୨୫ ତମ ସ୍ଥାପନା ଦିବସ ପାଇଁ ନୌସେନାର ଯୁଦ୍ଧ ଜାହାଜ INS ତାବର ଗୁରୁବାର ଠାରୁ ବନ୍ଦର ସହରରେ ପହଞ୍ଚି ଯାଇଛି ।

By

Published : Jul 24, 2021, 9:43 AM IST

INS ତାବର
INS ତାବର

ନୂଆଦିଲ୍ଲୀ: ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂ ଆସନ୍ତାକାଲି(ରବିବାର) ରଷିଆର ସେଣ୍ଟ ପିଟର୍ସବର୍ଗରେ ହେବାକୁ ଥିବା ରଷିଆ ନୌସେନାର ୩୨୫ ତମ ନୌସେନା ଦିବସରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଭାରତୀୟ ନୌସେନାର(Indian navy ) ଏକ ଯୁଦ୍ଧ ଜାହାଜ ସହ ସ୍ବତନ୍ତ୍ର ଦଳ ବନ୍ଦରର ସହର ପିଟର୍ସବର୍ଗରେ ପହଞ୍ଚି ସାରିଛନ୍ତି । ଗତକାଲି ଠାରୁ ନୌସେନା ପ୍ରମୁଖ ମଧ୍ୟ ରଷିଆ ଅଭିମୁଖେ ଯାତ୍ରା କରିଛନ୍ତି । ଏହାବାଦ ରଷିଆ ସେନାର ଶୀର୍ଷ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ଆଡମିରାଲ କରମବୀର ସିଂ ।

ଭାରତୀୟ ନୌସେନା (Indian navy )ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ ଦିନିଆ ସଦଭାବନା ଯାତ୍ରା ଓ ରୁଷିଆ ନୌସେନାର ୩୨୫ ତମ ସ୍ଥାପନା ଦିବସ ପାଇଁ ନୌସେନାର ଯୁଦ୍ଧ ଜାହାଜ INS ତାବର ଗୁରୁବାର ଠାରୁ ବନ୍ଦରର ସହରରେ ପହଞ୍ଚି ଯାଇଛି । INS ତବର ରୁଷିଆ ନୌସେନା ଦିବସରେ ହେବାକୁ ଥିବା ପ୍ୟାରେଡରେ ସାମିଲ ହେବ । ଆସନ୍ତାକାଲି (ରବିବାର) ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ।

ଉଭୟ ଦେଶ ମଧ୍ୟରେ ହେବ ଯୁଦ୍ଧାଭ୍ୟାସ ...

ଭାରତୀୟ ନୌସେନାର ପ୍ରବକ୍ତା କମାଣ୍ଡର ବିବେକ ମାଧୱାଲ କହିଛନ୍ତି ସିଟି ପ୍ୟାରେଡରେ ଭାରତୀୟ ନୌସେନାର ଏକ ବ୍ୟାଣ୍ଡ ଦଳ ମଧ୍ୟ ସାମିଲ ହେବେ । ଏହାବାଦ INS ତାବର ଦଳ ରଷିଆ ନୌସେନା ସହ ମିଳିତ ଭାବେ ବିଭିନ୍ନ ଦ୍ବିପାକ୍ଷିକ ଆଲୋଚନାରେ ଅଶଂଗ୍ରହଣ କରିବେ । ସେହିପରି ଉଭୟ ଦେଶର ନୌସେନା ପିଟର୍ସବର୍ଗରେ ଏକ ସାମୁଦ୍ରିକ ଯୁଦ୍ଧାଭ୍ୟାସ କରିବେ, ଏହା ପୂର୍ବରୁ ଉଭୟ ଦେଶର ଥିବା ଯୁଦ୍ଧାଭ୍ୟାସ ‘ଇନ୍ଦ୍ର’ର ଏକ ଅଂଶ ।

ଭାରତ-ରୁଷିଆ ସାମରିକ ସମ୍ପର୍କ ଘନିଷ୍ଠ

ଭାରତ-ରୁଷିଆ ସାମରିକ ସମ୍ପର୍କ ବେଶ ପୁରୁଣା । ଉଭୟ ଦେଶର ସ୍ଥଳ, ଜଳ ଓ ବାୟୁସେନା ମଧ୍ୟରେ ରହିଛି ବେଶ ନିବିଡ । ଏହାକୁ ଆହୁରି ଦୃଢ ଓ ନୂଆ ଜ୍ଞାନକୌଶଳ ପାଇଁ ବର୍ଷ ତମାମ ଲାଗି ରହିଥାଏ । ଖାଲି ଏତିକି ନୁହେଁ ଉଭୟ ଦେଶର ରାଜନେତା ମାନେ ମଧ୍ୟ ଅଧିକ ସମୟ ଗସ୍ତ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details