ନୂଆଦିଲ୍ଲୀ : 1971 ମସିହା ଯୁଦ୍ଧ ସମୟରେ ନୌସେନା ଦ୍ବାରା କରାଯାଇଥିବା ଯୋଜନା, ନିର୍ଣ୍ଣାୟକ କାର୍ଯ୍ୟ, ଚିନ୍ତାଧାରା ଆହୁରି ଅନେକ କଥା ଶିଖିବାକୁ ପ୍ରୋତ୍ସାହିତ କରିଛି । ଏନେଇ ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ କରମବୀର ସିଂ । ସେ ସମୟର ଅନୁଭୂତି ବର୍ଣ୍ଣନା କରିବା ସମୟରେ ଏହି ସୂଚନା ଦେଇଛନ୍ତି ନୈସେନା ମୁଖ୍ୟ ।
ସେ ଏହା ମଧ୍ୟ କହିଛନ୍ତି, ଶତ୍ରୁକୁ ଚକମା ଦେବା ଭଳି କ୍ଷମତା, ଉପସ୍ଥିତ ବୁଦ୍ଧି ଓ ଯୋଜନା ହିଁ ଶତ୍ରୁକୁ ପରାସ୍ତ କରିବାର ପ୍ରେରଣା ଯୋଗାଇଥିଲା । ଲଣ୍ଡନରେ ଆୟୋଜିତ ଇଣ୍ଡିଆନ ହାଇ କମିଶନ ଦ୍ବାରା ଆୟୋଜିତ ହୋଇଥିବା ୱେବିନାରରେ କରାଚି ଆକ୍ରମଣର ଅନୁଭୂତି ବାଣ୍ଟିଥିଲେ ସେନା ମୁଖ୍ୟ ।