ଚେନ୍ନାଇ: ତାମିଲନାଡୁର ଜଣେ 22 ବର୍ଷୀୟ ଛାତ୍ରଙ୍କର ଚୀନରେ ମୃତ୍ୟୁ ହୋଇଛି । ଡାକ୍ତର ହୋଇ ସେବା କରିବାକୁ ଅନେକ ସ୍ବପ୍ନ ଦେଖିଥିଲେ ହେଲେ ସବୁ କିଛି ଅଧାରେ ରହିଗଲା । କିଛି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଚୀନରେ ଭାରତୀୟ ଡାକ୍ତରୀ ଛାତ୍ର ଶେଖ ଅବଦୁଲ୍ଲାଙ୍କର ମୃତ୍ୟୁ ହୋଇଛି । ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶେଖ ଅବଦୁଲ୍ଲାଙ୍କ ମୃତଦେହକୁ ଚୀନରୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ପରିବାର ।
ପୁଡୁକ୍କୋଟାଇ ବୋସ ନଗରର ଶେଖ ଅବଦୁଲ୍ଲା । ତାଙ୍କା ବାପାଙ୍କ ନାମ ସାୟଦ ଅବଦୁଲ୍ଲ । 2017-18ରୁ ଚୀନରେ ଡାକ୍ତରୀ ପଢିବା ଆରମ୍ଭ କରିଥିଲେ । କୋରୋନା ମହାମାରୀ ପାଇଁ ସେ ଅନଲାଇନରେ 3 ବର୍ଷର ପାଠପଢା ଶେଷ କରିଥିଲେ । ଡିସେମ୍ବର 11ରେ ମେଡିକାଲ ଟ୍ରେନିଂ ପାଇଁ ସେ ଚୀନ ଯାଇଥିଲେ । ଚୀନ ଯିବାର ଗୋଟିଏ ସପ୍ତାହ ପରେ ଶେଖ ଅବଦୁଲ୍ଲା ଅସୁସ୍ଥ ହୋଇଥିଲେ । ୟୁନିଭର୍ସିଟି ପକ୍ଷରୁ ତାଙ୍କ ଅଭିଭାବକଙ୍କୁ ସୂଚନା ଦିଆଯାଇଥିଲା । ହର୍ବାନ ସିଟି ହସ୍ପିଟାଲରେ ସେ ଆସିୟୁରେ ଭର୍ତ୍ତି ହୋଇଥିଲେ ।
ଏହା ବି ପଢନ୍ତୁ...ନୂଆବର୍ଷରେ ରାହୁଲଙ୍କ ବାର୍ତ୍ତା, ପ୍ରତି ଗାଁ ଓ ସହରରେ ଖୋଲିବ ପ୍ରେମର ଦୋକାନ