ଓଡିଶା

odisha

କୋରୋନା କୋପ, ଦ୍ବିତୀୟ ଲହରରେ ଆଖି ବୁଜିଲେଣି 719 ଡାକ୍ତର

By

Published : Jun 12, 2021, 10:25 AM IST

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ତଥ୍ୟ ଅନୁଯାୟୀ, କୋରୋନା ମହାମାରୀର ଦ୍ବିତୀୟ ଲହରରେ ସାରା ଦେଶରେ 719 ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ବିହାରରେ ସର୍ବାଧିକ 111 ଡାକ୍ତର ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

କୋରୋନାର ପ୍ରକୋପ: ଦେଶରେ ଦ୍ୱିତୀୟ ଲହରରେ ଆଖି ବୁଜିଲେ 719 ଡାକ୍ତର
କୋରୋନାର ପ୍ରକୋପ: ଦେଶରେ ଦ୍ୱିତୀୟ ଲହରରେ ଆଖି ବୁଜିଲେ 719 ଡାକ୍ତର

ନୂଆଦିଲ୍ଲୀ: ସାରାଦେଶରେ ଏବେ ଜାରି ରହିଛି କୋରୋନା ମହାମାରୀର ଦ୍ବିତୀୟ ଲହର । ଆଉ ଏହି ଭୂତାଣୁ ବେଶି ଘାତକ ସାବ୍ୟସ୍ତ ହୋଇଛି ଡାକ୍ତରଙ୍କ ପାଇଁ । ଏଭଳି ସଙ୍କଟ ସମୟରେ ଆଗ ଧାଡ଼ିର ଯୋଦ୍ଧା ବୋଲାଉଥିବା ଡାକ୍ତର ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ଅକାଳରେ ପ୍ରାଣ ହରାଇଛନ୍ତି । ତେବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ତଥ୍ୟ ଅନୁଯାୟୀ, କୋରୋନା ମହାମାରୀର ଦ୍ବିତୀୟ ଲହରରେ ସାରା ଦେଶରେ 719 ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ବିହାରରେ ସର୍ବାଧିକ 111 ଡାକ୍ତର ପ୍ରାଣ ହରାଇଥିବା ବେଳେ ପୁଡୁଚେରୀ ସର୍ବନିମ୍ନ ଜଣଙ୍କର ମୃତ୍ୟୁ ହୋଇଛି ।

କୋରୋନାର ପ୍ରକୋପ: ଦେଶରେ ଦ୍ୱିତୀୟ ଲହରରେ ଆଖି ବୁଜିଲେ 719 ଡାକ୍ତର

ତଥ୍ୟ ଅନୁଯାୟୀ, ବିହାର ତଳକୁ ଦିଲ୍ଲୀରେ ସର୍ବାଧିକ 109 ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ 79, ପଶ୍ଚିମବଙ୍ଗରେ 63, ରାଜସ୍ଥାନରେ 43, ଝାରଖଣ୍ଡରେ 39, ଗୁଜୁରାଟରେ 37, ତେଲେଙ୍ଗାନାରେ 36, ଆନ୍ଧ୍ର ପ୍ରଦେଶରେ 35, ତାମିଲନାଡ଼ୁରେ 32, ଓଡ଼ିଶାରେ 28, ଆସାମରେ 8, ଛତିଶଗଡ଼ରେ 5, ଗୋଆରେ 2, ହରିୟାଣାରେ 3, ଜାମ୍ମୁ-କାଶ୍ମୀରରେ 3, କର୍ଣ୍ଣାଟକରେ 9, କେରଳରେ 24, ମଧ୍ୟ ପ୍ରଦେଶରେ 16, ମହାରାଷ୍ଟ୍ରରେ 23, ମଣିପୁରରେ 5, ପଞ୍ଜାବରେ 3, ତ୍ରିପୁରାରେ 2, ଉତ୍ତରାଖଣ୍ଡରେ 2 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଉ ଜଣେ ଡାକ୍ତର କେଉଁ ରାଜ୍ୟରୁ ତାହା ଜଣାପଡ଼ି ନାହିଁ ।

ସେପଟେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 84 ହଜାର 332 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ 4ହଜାର 2 ଜଣଙ୍କ ଜୀବନ ନେଇଛି ଘାତକ ଭୂତାଣୁ । ଏହାସହ 1ଲକ୍ଷ 21 ହଜାର 311 ଜଣ ସୁସ୍ଥ ହୋଇଛନ୍ତି । ତେବେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ଦୀର୍ଘ 70 ଦିନ ପରେ 90 ହଜାର ତଳକୁ ସଂକ୍ରମଣ ଖସିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ଏବଂ ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

@ANI

ABOUT THE AUTHOR

...view details