ଓଡିଶା

odisha

ETV Bharat / bharat

ଭାରତୀୟ ସଂସ୍କୃତିକୁ ଆମେରିକା ବାୟୁସେନାର ସମ୍ମାନ, ତିଲକ ଲଗାଇ ଡ୍ୟୁଟିରେ ଯବାନ

ଆମେରିକା ବାୟୁସେନାରେ କାର୍ଯ୍ୟରତ ଜଣେ ଭାରତୀୟ ସେନା ଅଧିକାରୀ ଦର୍ଶନ ଶାହ ଯିଏକି ପ୍ରତିଦିନ କର୍ମକ୍ଷେତ୍ରକୁ ଯିବା ମାତ୍ରେ ତିଲକ ଲଗାଇ ଯାଇଥାନ୍ତି । ଅଧିକ ପଢନ୍ତୁ

Indian man in US Air Force
Indian man in US Air Force

By

Published : Mar 23, 2022, 12:17 PM IST

ନୂଆଦିଲ୍ଲୀ: ସେ ବିଦେଶରେ ରହୁଛନ୍ତି । ଜଣେ ସେନା ଯବାନ ଭାବରେ ନିଜର ଗୁରୁ ଦାୟିତ୍ବ ତୁଲାଉଛନ୍ତି । ଦେଶକୁ ସୁରକ୍ଷା ଦେବା ସହିତ ନିଜ ସଂସ୍କୃତି ପ୍ରତି ମଧ୍ୟ ଦେଖାଇଛନ୍ତି ଅମାପ ଭଲ ପାଇବା । ଆର୍ମି ପୋଷାକ ପିନ୍ଧିଲା ମାତ୍ରେ ମଥାରେ ଚନ୍ଦନ ଟିକା ଲଗାଇବାକୁ କେବେ ଭୁଲନ୍ତି ନାହିଁ । ଆମେ କହୁଛୁ ଆମେରିକା ବାୟୁ ସେନାରେ କାର୍ଯ୍ୟରତ ଜଣେ ଭାରତୀୟ ସେନା ଅଧିକାରୀ ଦର୍ଶନ ଶାହଙ୍କ କଥା ଯିଏକି ପ୍ରତିଦିନ କର୍ମପଥରେ ବାହାରିବା ମାତ୍ରେ ଚନ୍ଦନ ଟିକା ଲଗାଇ ଯାଇଥାନ୍ତି । ଆମେରିକା ବାୟୁସେନାରେ ତିଲକକୁ ମଧ୍ୟ ଅନୁମତି ମିଳିଛି ।

ଦର୍ଶନଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ଅନେକ ସ୍ଥାନରୁ ସମର୍ଥନ ମିଳିଛି । ୨୦୨୨ ଫେବୃଆରୀ ୨୨ ପ୍ରଥମ ଦିନ ଥିଲା ଯେଉଁଦିନ ସେ ୟୁନିଫର୍ମରେ ଥିବାବେଳେ ତିଲକ ଲଗାଇବାକୁ ଅନୁମତି ପାଇଥିଲେ । ଏହା ପରେ ଦର୍ଶନଙ୍କୁ ଟେକ୍ସାସ, କାର୍ଲିଫର୍ଣ୍ଣିଆ, ନିୟ୍ୟୁଜର୍ସିରେ ଏବଂ ନ୍ୟୁୟର୍କ ରହୁଥିବା ତାଙ୍କ ବନ୍ଧୁ ଓ ପରିବାରଙ୍କ ପକ୍ଷରୁ ବାର୍ତ୍ତା ଆସିଥିଲା ଯେ ଆମେରିକା ବାୟୁ ସେନାରେ ଏପରି କାର୍ଯ୍ୟ ପାଇଁ ସେମାନେ ବେଶ ଖୁସି । ଶାହ କହିଛନ୍ତି ଏହା ଏକଦମ ନୂଆ କଥା । ଏ ବିଷୟରେ କେହି କେବେ କିଛି ଶୁଣି ନାହାନ୍ତି କି ଏମିତି କିଛି ହୋଇପାରେ ବୋଲି ଭାବି ମଧ୍ୟ ନଥିବେ ।

ଶାହଙ୍କ ସମ୍ପ୍ରଦାୟର ମୁଖ୍ୟ ନେତା ଗୁରୁହରି ମହନ୍ତ ସ୍ବାମୀ ମହାରାଜ ତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ସେ ବହୁତ ଖୁସି ଥିବା କହିବା ସହ ଏପରି ଆଗରୁ କେବେ ହୋଇଥିବା ଦେଖିନାହାନ୍ତି ବୋଲି କହିଛନ୍ତି ଶାହ । ସେ ଦର୍ଶନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଶାହଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କ ବନ୍ଧୁଙ୍କ ନିକଟରୁ ତାଙ୍କୁ ସମର୍ଥନ ମିଳିଛି । ପ୍ରତିଦିନ ତିଲକ ଲଗାଇ କର୍ମକ୍ଷେତ୍ରକୁ ଯିବା ଆନନ୍ଦିତ ବୋଲି କହିଛନ୍ତି ଶାହ ।

ଦର୍ଶନ ଆହୁରି କହିଛନ୍ତି ତାଙ୍କ କର୍ମକ୍ଷେତ୍ରରେ ତାଙ୍କୁ କିଏ ହାତକୁ ହାତ ମିଶାନ୍ତି ଓ ତାଙ୍କୁ ଶୁଭେଚ୍ଛା ଜଣାନ୍ତି କାରଣ ସେମାନ ଜାଣନ୍ତି ସେମାନେ ଏହି ଧାର୍ମିକ ଆବାସକୁ ଅନୁମୋଦନ କରିବାକୁ କେତେ ଚେଷ୍ଟା କରିଛି। ଜୀବନରେ କଷ୍ଟ ଏବଂ ଅସୁବିଧାର ମୁକୁଳିବା ପାଇଁ ଏହା ମୋର ଉପାୟ | ଏହା ମୋତେ ମାର୍ଗଦର୍ଶନ ପ୍ରଦାନ କରେ । ସେ ଏପରି ଏକ ଦେଶରେ ବାସ କରନ୍ତି ଯେଉଁଠାରେ ତାଙ୍କର ଧର୍ମ ସ୍ବାଧୀନତାକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାର ସ୍ବାଧୀନତା ପାଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ଶାହା କହିଛନ୍ତି, “ଆମେ ଏପରି ଏକ ଦେଶରେ ବାସ କରୁଛୁ ଯେଉଁଠାରେ ଆମେ ଯାହା ଚାହୁଁଛୁ ତାହା ଉପରେ ବିଶ୍ବାସ କରିବାକୁ ଅନୁମତି ଦିଆଯାଇଛି। ଏହା ହିଁ ଏକ ମହାନ ଦେଶ ଅଟେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details