ନୂଆଦିଲ୍ଲୀ: ସ୍ୱଦେଶୀ ନିର୍ମିତ ହାଲୁକା ଲଢୁଆ ବିମାନ (LCA) ତେଜସ୍ ଯୁଦ୍ଧ ବିମାନକୁ ଆମେରିକା ନିର୍ମିତ Joint Direct Attack Munition (JDAM) କିଟ ଦ୍ବାରା ସଜ୍ଜିତ କରି ଦକ୍ଷତା ବୃଦ୍ଧି କରାଯିବ । ଏହି ଅତ୍ୟାଧୁନିକ କିଟ ବିମାନର ମାରକ କ୍ଷମତା ବୃଦ୍ଧି କରିବା ସହ ଲକ୍ଷ୍ୟକୁ ସଠିକତାର ସହ ଭେଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କିଟ ପାଇଁ ଆମେରିକା ସହ ଭାରତ ଚୁକ୍ତି କରିଥିବା ବାୟୁସନା ପକ୍ଷରୁ ସୂଚନା ମିଳିିଛି ।
ସୂତ୍ରରୁ ପ୍ରକାଶ ଯେ, ଏହି JDAM କିଟ ଦ୍ବାରା ସଜ୍ଜିତ ପ୍ରଥମ ଲଢୁଆ ବିମାନ ହେବାକୁ ଯାଉଛି ସ୍ବଦେଶୀ ନିର୍ମିତ ତେଜସ । ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ବିମାନ ଭବିଷ୍ୟତର ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବାକୁ ଯାଉଛି । ଏହି ଆମେରିକା ନିର୍ମିତ ବମିଂ କିଟ (bombing kits) ରେ ବିକଶିତ କରାଯିବା ପରେ ଏହା ଅଧିକ ପ୍ରଭାବଶାଳୀ ଭାବେ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିବା ସହ ନଷ୍ଟ କରିବାର କ୍ଷମତା ରଖିବ।