ଓଡିଶା

odisha

ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ

By

Published : Dec 16, 2020, 9:50 PM IST

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂ । ପଢନ୍ତୁ ଅଧିକ.....

ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ
ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂ । ସେ ତାଙ୍କ ବାନ୍ଧବୀ ମାଲେସିଆର ଏଲି ସାଦିକିଙ୍କୁ ବିବାହ କରିଛନ୍ତି । ମଙ୍ଗଳବାର ଉଭୟ ଜଳନ୍ଧରର ତେଗ ବାହାଦୁର ନଗରରେ ବିବାହ କରିଛନ୍ତି । ଶିଖ ଧର୍ମର ପାରମ୍ପରିକ ଶୈଳୀରେ ଦୁହିଁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ

2012 ମସିହାରେ ‘ସୁଲତାନ ଅଫ ଜୋହର କପ’ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ପ୍ରଥମେ ବନ୍ଧୁତା ଏ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହେବାପରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥଲେ ।

ତେବେ ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦୁହେଁ ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କରୋନା କଟକଣା ମଧ୍ୟରେ କୋଭିଡ ଗାଇଡଲାଇନ ପାଳନ କରି ଉଭୟ ଶିଖ ରୀତି ନୀତିରେ ବିବାହ ଉତ୍ସବ ସମାପ୍ତ ହୋଇଛି । ବିବାହ ଉତ୍ସବରେ ସେଲିବ୍ରିଟିଙ୍କ ଭିଡ ଦେଖିବାକୁ ମିଳିନଥିଲା ।

ବିବାହ ପରେ ଏଲି ସାଦିକିଙ୍କ ନାମ ପାରମ୍ପରିକ ଶିଖ ନାମ ଅନୁଯାୟୀ ନବପ୍ରିତ କୌର ରଖିଛନ୍ତି ମନପ୍ରୀତଙ୍କ ପରିବାର ଲୋକେ । ନବ ଦମ୍ପତ୍ତି ବିବାହରେ ଖୁସି ଥିବା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details