ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆ ଉପରେ ଆକ୍ରମଣ ଏବେ ସାରା ବିଶ୍ବ ପାଇଁ ଏକ ଘଡ଼ିସନ୍ଧି ମୂହୁର୍ତ୍ତ ତିଆରି କରିଛି । ସେଠାରେ ଫସି ରହିଥିବା ଭାରତୀୟ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି । ଏହାକୁ ନେଇ ଭାରତ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି । ଏଥିପାଇଁ ଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରାଯାଇଥିଲା ।
ତେବେ ବର୍ତ୍ତମାନ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି ଯେ, "ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ବ୍ୟାପକ ଚେଷ୍ଟା କରୁଛନ୍ତି । ସେଠାକାର ସ୍ଥିତିରେ ବିମାନ ଅବତରଣ କରି ପାରୁନାହିଁ । ପୂର୍ବରୁ କିଛି ଛାତ୍ର ଫେରିଛନ୍ତି । ସେଠାକାର ସ୍ଥିତି ବର୍ତ୍ତମାନ ବିଷମ ରହିଛି । ଏହାସତ୍ତ୍ବେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବ ।"