ନୂଆଦିଲ୍ଲୀ:ଜାନୁଆରୀ ୨ ତାରିଖରେ ୟେମାନ ଇପକୂଳରୁ ହାଇତି ବିଦ୍ରୋହୀମାନଙ୍କ ଦ୍ୱାରା ଅପହରଣ ହୋଇଥିବା UAE ଜାହାଜରେ ଥିବା ୭ ଭରାତୀୟଙ୍କୁ ମୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି ଭାରତ । ଭାରତୀୟଙ୍କୁ ମୁକ୍ତ କରିବା ପାଇଁ ହାଇତି ଉପରେ ଚାପ ପକାଉଛି ଭାରତ । ସେହିପରି ୟେମେନରେ ବର୍ତ୍ତମାନ ଦେଖାଯାଇଥିବା ବିବାଦର ବୃଦ୍ଧି ନେଇ ଭାରତ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ପକ୍ଷ ପ୍ରୟାସ ଆରମ୍ଭ କରିବେ ବୋଲି ମଧ୍ୟ ଭାରତ ଆଶା ମଧ୍ୟ ରଖିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏକ ବିବୃତ୍ତିରେ କହିଛନ୍ତି ଯେ ଅପହୃତ ସମସ୍ତ ଭାରତୀୟ ମାନେ ସୁରକ୍ଷିତ ଅଛନ୍ତି ଏବଂ ଜାହାଜ ଅପରେଟରଙ୍କ ସହ ଭାରତ ସରକାର ଯୋଗାଯୋଗ ମଧ୍ୟ କରୁଛନ୍ତି । ଜାନୁୟାରୀ 2 ତାରିଖରେ ୟୁଏଇର ଜାହାଜ ‘ରୁବାବି’କୁ ହୋଡିଡା (ୟେମେନ) ବନ୍ଦରରୁ ଅପହରଣ କରିନେଇଛି ହାଇତିର ଏକ ବିଦ୍ରୋହୀ ଗୋଷ୍ଠୀ । ଉକ୍ତ ଜାହାଜରେ ୭ ଜଣ ଭାରତୀୟ ନାଗରିକ ଥିବା ସ୍ପଷ୍ଟ ହେବା ପରେ ସେମାନଙ୍କ ସୁରକ୍ଷା ଓ ମୁକ୍ତି ପାଇଁ ଭାରତ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଘଟଣା ଉପରେ ମଧ୍ୟ ନଜର ରଖାଯାଇଥିବା ବାଗଚି କହିଛନ୍ତି ।