ଓଡିଶା

odisha

ETV Bharat / bharat

Swachhata Drive: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୋସିଆଲ ମିଡିଆ ଫେମ୍‌ ଅଙ୍କିତ ବୈୟାନପୁରିଆ

ଆଜି ସାରା ଦେଶ ପାଳୁଛି ସ୍ବଚ୍ଛତା ହିଁ ସେବା ଅଭିଯାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୋସିଆଲ ମିଡିଆ ଫେମ୍‌ ଅଙ୍କିତ ବୈୟାନପୁରିଆ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 1, 2023, 10:45 PM IST

Indian Fitness Influencer Ankit Baiyanpuria
Indian Fitness Influencer Ankit Baiyanpuria

ନୂଆଦିଲ୍ଲୀ:ସ୍ବଚ୍ଛ ଭାରତ ଅଭିଯାନର 9ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶ ପାଳୁଛି 'ସ୍ବଚ୍ଛତା ହିଁ ସେବା' ଅଭିଯାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଫିଟନେସ ଇନଫ୍ଲୁଏନ୍ସର ତଥା ସୋସିଆଲ ମିଡିଆ ଫେମ୍‌ ଅଙ୍କିତ ବୈୟାନପୁରିଆ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ 75 ଡେ' ଚ୍ୟାଲେଞ୍ଜ ସମ୍ପର୍କରେ ପ୍ରଶ୍ନ କରିଥିବା ବେଳେ ବେଳେବେଳେ ମୋଦି ନିଜ ମିଲ୍‌ ସମୟ ଅନୁସାରେ କରିପାରନ୍ତିନି ଓ ଶୋଇବାରେ ସମସ୍ୟା ଅନୁଭବ କରନ୍ତି ବୋଲି ତାଙ୍କୁ କହିଥିବା ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଅଙ୍କିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,"ପ୍ରଧାନମନ୍ତ୍ରୀ ମୋତେ କହିଥିଲେ ଯେ ସେ ବେଳେବେଳେ ସମୟ ଅନୁସାରେ ଖାଦ୍ୟ ଖାଇପାରନ୍ତି ନାହିଁ ଏବଂ ଶୋଇବାର ସମସ୍ୟା ଅନୁଭବ କରନ୍ତି । ଏହାପରେ ମୁଁ ତାଙ୍କୁ କହିଥିଲି ଯେ ଯଦି ଜଣେ ସୁଖ ନିଦ୍ରା ଚାହୁଁଛି, ତେବେ ତାଙ୍କୁ ଶାରୀରିକ ଭାବେ ପରିଶ୍ରମ କରିବା ଆବଶ୍ୟକ ।" ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ରାଜା ବୋଲି ସେ ତାଙ୍କୁ କହିଥିଲେ ।

ଏହା ବି ପଢନ୍ତୁ- ବାଲୁକା ଚିତ୍ରକଳାରେ 'ସ୍ବଚ୍ଛତା ହିଁ ସେବା' ଅଭିଯାନରେ ସାମିଲ ହେବାକୁ ଆହ୍ଵାନ

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଭେଟିବା ଲାଗି ପିଏମଓ ଅଫିସକୁ ଜଣାଇଥିଲେ । ଏହାପରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କଲ୍‌ ଆସିଥିଲା । ହେଲେ ଏହାକୁ ସେ ବିଶ୍ବାସ କରିନଥିଲେ । ପରବର୍ତ୍ତୀ ସମୟରେ ସେ ଦିଲ୍ଲୀ ଆସିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ 30-40 ମିନିଟ ଅତିବାହିତ କରିଥିବା କହିଛନ୍ତି । ଅନ୍ୟପଟେ ରବିବାର ସକାଳ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏ ନେଇ X ସାଇଟ୍‌ରେ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ ଫିଟନେସ ଇନଫ୍ଲୁଏନ୍ସର ଅଙ୍କିତଙ୍କୁ ଦେଖିବାକୁ ମିଳିଥିଲା । ସ୍ବଚ୍ଛତା ସହିତ କିପରି ନିଜକୁ ଫିଟ୍‌ ରଖାଯାଇପାରିବ ତାହା ଅଙ୍କିତଙ୍କଠାରୁ ପ୍ରଧାନମନ୍ତ୍ରୀ ଶିଖିଥିବା ମଧ୍ୟ କହିଥିଲେ ।

କିଏ ଅଙ୍କିତ ବୈୟାନପୁରିଆ ?ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅଙ୍କିତ 75 ହାର୍ଡ ଡେ' ଚ୍ୟାଲେଞ୍ଜ ପାଇଁ ବେଶ ଜଣାଶୁଣା । ଯୁବପିଢିଙ୍କ ମଧ୍ୟରେ ଫିଟନେସ୍‌ ବାର୍ତ୍ତା ପହଞ୍ଚାଇବା ଲାଗି ସେମାନଙ୍କୁ 75 ହାର୍ଡ ଡେ' ଚ୍ୟାଲେଞ୍ଜ ଦେଇଥାନ୍ତି ଅଙ୍କିତ । ଇନଷ୍ଟାଗ୍ରାମରେ ଅଙ୍କିତଙ୍କ 4.9 ମିଲିୟନ ଫଲୋଅର୍ସ ମଧ୍ୟ ରହିଛନ୍ତି ।

75 ହାର୍ଡ ଡେ' ଚ୍ୟାଲେଞ୍ଜ କଣ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଙ୍କିତଙ୍କୁ ଏହି 75 ହାର୍ଡ ଡେ' ଚ୍ୟାଲେଞ୍ଜ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଅଙ୍କିତ କହିଥିଲେ ଯେ ଏହାର 5ଟି ନିୟମ ରହିଛି । ପ୍ରଥମଟି ହେଉଛି ଦିନକୁ 6ଲିଟର ପାଣି ପିଇବା ଓ 2ୟରେ ଏହାସହିତ ସେଲ୍ଫି ନେବା, 3ୟରେ ଦିନକୁ 45ମିନିଟ ଲେଖାଏଁ 2ଥର ଯୋଗ କରିବା, ଚତୁର୍ଥରେ ଏକ ସୁସ୍ଥ ଖାଦ୍ୟ ଖାଇବା ଓ ପଞ୍ଚମରେ ଦିନକୁ ଗ୍ରନ୍ଥର 10 ପୃଷ୍ଠା ପଢିବା ।

ABOUT THE AUTHOR

...view details