ନୂଆଦିଲ୍ଲୀ:ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଅସ୍ଥାୟୀ ବୋମା ନିରୋଧୀ ଆଶ୍ରୟସ୍ଥଳୀ ତାଲିକା ପ୍ରକାଶ କରିଛି ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ । ତେବେ ଏହି ସବୁ ବୋମା ନିରୋଧୀ ଆଶ୍ରୟସ୍ଥଳୀ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଯାଇଛି । ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ରହିବା ଓ ଖାଇବା ବ୍ୟବସ୍ଥା ଏଥିରେ କରାଯାଇଛି ।
ଅନ୍ୟପଟେ ଯଦି, କୌଣଷି ଛାତ୍ରଛାତ୍ରୀ କିଛି ଅପ୍ରତିକର ପରିସ୍ଥିତର ସାମ୍ନା କରୁଛନ୍ତି କିମ୍ବା ଦେଖୁଛନ୍ତି ତେବେ ଗୁଗଲ ମ୍ୟାପର ସହାୟତା ନେଇ ନିକଟରେ ଥିବା ବୋମା ନିରୋଧୀ ଆଶ୍ରୟସ୍ଥଳୀ ପାଖରେ ପହଞ୍ଚି ପାରିବେ । ସେହିପରି ଏହି ସବୁ ଆଶ୍ରୟସ୍ଥଳୀ ପ୍ରାୟ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଭିତରେ ରହିଛି । ସେହିଭଳି ଦୂତାବାସ ପକ୍ଷରୁ ଉଦ୍ଧାର ପାଇଁ ସମସ୍ତ ପ୍ରସ୍ତତି କରାଯାଉଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।