ନୂଆଦିଲ୍ଲୀ:ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଥମିବାରେ ନାଁ ଧରୁନି ଋଷ ଓ ୟୁକ୍ରେମ ମଧ୍ୟରେ ଜାରି ରହିଥିବା ଏହି ମହାଯୁଦ୍ଧ । ତେବେ ଆଜିକୁ ୨୩ ଦିନ ପୂରିଛି ଏହି ମହାଯୁଦ୍ଧ ।
ସେହିଭଳି ଯୁଦ୍ଧ ତ୍ରସ୍ତ ୟୁକ୍ରେନରେ ଫସି ରହିଛନ୍ତି ଅନେକ ସାଧାରଣ ନାଗରିକ । ତେବେ ଭାରତ ପକ୍ଷରୁ ପୁଣି ଜାରି ହୋଇଛି ନିର୍ଦ୍ଦେଶାବଳୀ । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି । ୟୁକ୍ରେନରେ ରହି ଯାଇଥିବା ଭାରତୀୟଙ୍କ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରିଛି ଦୂତାବାସ । ସେହିପରି ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ଲାଗି ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି ସହ ହ୍ବାଟସଆପ୍ ମଧ୍ୟରେ ଯୋଗାଯୋଗ କରିବା ଲାଗି କୁହାଯାଇଛି । ଏଥିସହ ଏକ ଇମେଲ ଆଇଡି ମଧ୍ୟ ଯୋଗାଯୋଗ ଲାଗି ରଖାଯାଇଛି । ତେବେ ଦୂତାବାସ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବର ହେଉଛି, +୩୮୦୯୩୩୫୫୯୯୫୮, +୯୧୯୨୦୫୨୯୦୮୦୨, +୯୧୭୪୨୮୦୨୨୫୬୪ ରହିଥିବା ବେଳେ ଇମେଲ ଆଇଡି ହେଉଛି cons1.kyiv@mea.gov.in ।