ଓଡିଶା

odisha

ETV Bharat / bharat

ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ ହେଲା ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ - ୟୁକ୍ରେନ ସଙ୍କଟ

କିଭ୍ରୁ‌ ପୋଲାଣ୍ଡକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ ହେଲା ଭାରତୀୟ ଦୂତାବାସ । ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ ହେଲା ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ
ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ ହେଲା ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ

By

Published : Mar 13, 2022, 7:16 PM IST

ନୂଆଦିଲ୍ଲୀ: ୟୁକ୍ରେନରେ ଲାଗି ରହିଥିବା ସଂଙ୍କଟ ମଧ୍ୟରେ ରାଜଧାନୀ କିଭରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ପୋଲାଣ୍ଡରୁ ଦୂତାବାସ ପୂର୍ବପରି ସ୍ବାଭାବିକ ଭାବେ କାର୍ଯ୍ୟ କରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ୟୁକ୍ରେନ ସଙ୍କଟ ଉପରେ ଦୂତାବାସ ଜରିଆରେ ଭାରତ ପକ୍ଷରୁ ନଜର ରଖାଯାଇଥିବା ମଧ୍ୟ ମନ୍ତ୍ରଣାଳୟ କହିଛି ।

ଜାରି ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ସହରଗୁଡିକ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ ହୋଇଛି । ତେଣୁ କାର୍ଯ୍ୟରତ ଭାରତୀୟ କୂଟନୈତିକ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ଭାବେ ଦୂତାବାସ କାର୍ଯ୍ୟାଳୟର ସ୍ଥାନାନ୍ତଣ କରିବା ଆବଶ୍ୟକ ହୋଇପଡିଥିଲା । ପୋଲାଣ୍ଡରୁ ଦୂତାବାସ ପୂର୍ବପରି ସ୍ବାଭାବିକ ଭାବେ ସଞ୍ଚାଳିତ ହେବ ।

ଫେବୃଆରୀ 24ରେ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ ଅଭିଯାନ ଆରମ୍ଭ କରିଥିଲା ଋଷ । ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଗୋଟିଏ ପରେ ଗୋଟିଏ ୟୁକ୍ରେନୀୟ ସହର କବ୍ଜା କରିବାରେ ଲାଗିଛି ଋଷ ସେନା । ଏକାଧିକ ସ୍ଥାନରେ ଆକ୍ରମଣ ଫଳରେ ବିଭିନ୍ନ ଦେଶ ମଧ୍ୟ ସେମାନଙ୍କ ଦୂତାବାସ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତରଣ କରିସାରିଲେଣି ।

ଅନ୍ୟପଟେ ୟୁକ୍ରେନରେ ଫସିଥିବା ପ୍ରାୟ 20 ହଜାର ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ଗଙ୍ଗା’ ସଫଳତାର ସହ ଶେଷ କରିଛନ୍ତି ଭାରତ ସରକାର । ଏଥିରେ ଉଭୟ ଋଷ ଓ ୟୁକ୍ରେନ କର୍ତ୍ତୃପକ୍ଷଙ୍କ ସହ ଯୋଗୋଯୋଗ ରଖି ବିଦେଶ ମନ୍ତ୍ରଣାଳୟ ସଫଳତାର ସହ ଏହି ଉଦ୍ଧାର ଅଭିଯାନକୁ ଶେଷ କରିବାରେ ସଫଳ ହୋଇଛି । ଏବେ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦୂତାବାସକୁ ପୋଲାଣ୍ଡ ସ୍ଥାନାନ୍ତରିତ କରାଯାଉ ଥିବାବେଳେ ଦୂତାବାସ ପୂର୍ବପରି କାର୍ଯ୍ୟ ଜାରି ରଖିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details