ନୂଆଦିଲ୍ଲୀ:ପାକିସ୍ତାନୀ ତଟରକ୍ଷୀ ବାହିନୀ କବଳରୁ ୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard rescued Indian fishermen)। ଗତ ଅକ୍ଟୋବର ୬ ତାରିଖରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଥିଲା ପାକିସ୍ତାନୀ ତଟରକ୍ଷୀ ବାହିନୀ । ଖବର ମିଳିବା ପରେ ସେମାନଙ୍କୁ ପାକିସ୍ତାନୀ ମାରିଟାଇମ ସିକ୍ୟୁରିଟି ଏଜେନ୍ସିରୁ ଉଦ୍ଧାର କରାଯାଇଛି ।
ଗତ ଅକ୍ଟୋବର ୬ ତାରିଖରେ ଭାରତୀୟ ମତ୍ସ୍ୟଜୀବୀ ବୋଟ୍ ହର୍ଶିଦି-୫ ଗୁଜରାଟର ଜଖାଉରେ ତଟରେ ମାଛ ଧରୁଥିଲା । ତେବେ ପାକିସ୍ତାନ ସୀମା ନିକଟସ୍ଥ ସାମୁଦ୍ରିକ ଅଞ୍ଚଳରେ ସେମାନେ ମାଛ ଧରୁଥିବାରୁ ସେମାନଙ୍କ ବୋଟ୍ ଉପରକୁ ଫାୟରିଂ କରିଥିଲା ପାକିସ୍ତାନୀ ମାରିଟାଇମ ସିକ୍ୟୁରିଟି ଏଜେନ୍ସି । ଅନ୍ଧାର ରାତିରେ ପାକିସ୍ତାନ ପକ୍ଷରୁ ଆକ୍ରମଣ ହୋଇଥିବାରୁ ବୋଟ୍ଟି ବୁଡ଼ିବା ଆରମ୍ଭ କରିଥିଲା । ରେଡିଓ ଜରିଆରେ ଏହାକୁ ନେଇ ଖବର ପାଇବାପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲା ଭାରତୀୟ ତଟରକ୍ଷୀ ବାହିନୀ ।