ନୂଆଦିଲ୍ଲୀ : ସ୍ଥଳ ଜଳ ଓ ଆକାଶରେ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ଆମ ସେନା । ସେଥି ପାଇଁ ତ ଆମେ ନିଶ୍ଚିନ୍ତ ହୋଇ ଶୋଇପାରୁଛୁ । ଆଜି ଦେଶ ପାଳନ କରୁଛି ୪୬ତମ ତଟରକ୍ଷୀ ଦିବସ । ଭାରତୀୟ ତଟ ସୁରକ୍ଷା ଦାୟିତ୍ବ ଇଣ୍ଡିଆନ କୋଷ୍ଟଗାର୍ଡ ବା ଭାରତୀୟ ତଟରକ୍ଷାବାହିନୀ ହାତରେ ଅର୍ପଣ କରାଯାଇଛି । ଏ ନେଇ ତଟରକ୍ଷାବାହିନୀର ଯବାନମାନେ ଜୀବନକୁ ଉତ୍ସର୍ଗ କରିଛନ୍ତି । ସମୁଦ୍ରପଥକୁ ସୁରକ୍ଷା ଦେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେମାନଙ୍କ ସେବା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୧ ତାରିଖକୁ ଭାରତୀୟ ତଟସୁରକ୍ଷାବାହିନୀ ଦିବସ ଭାବରେ ପାଳନ କରାଯାଏ ।
Indian Coast Guard Day: ୨୦୨୫ ସୁଦ୍ଧା ତଟ ସୁରକ୍ଷାକୁ ବିଶ୍ବସ୍ତରୀୟ ପହଞ୍ଚାଇବା ଲକ୍ଷ୍ୟ - ଭାରତୀୟ ତଟରକ୍ଷୀ ଦିବସ ଖବର
ଆଜି ଦେଶ ପାଳନ କରୁଛି ୪୬ତମ ତଟରକ୍ଷୀ ଦିବସ । ଭାରତୀୟ ତଟ ସୁରକ୍ଷା ଦାୟିତ୍ବ ଇଣ୍ଡିଆନ କୋଷ୍ଟଗାର୍ଡ ବା ଭାରତୀୟ ତଟରକ୍ଷାବାହିନୀ ହାତରେ ଅର୍ପଣ କରାଯାଇଛି । ଏ ନେଇ ତଟରକ୍ଷାବାହିନୀର ଯବାନମାନେ ଜୀବନକୁ ଉତ୍ସର୍ଗ କରିଛନ୍ତି ।
୧୯୭୭ ମସିହା, ଫେବ୍ରୁଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନର ୧୯୭୮ ତଟରକ୍ଷୀ ଅଧିନିୟମ ଦ୍ବାରା ଔପଚାରିକ ରୂପେ ଏହି ଦିବସ ସ୍ଥାପନା ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏହା ପରିଚାଳିତ ହୁଏ । ୧୯୭୮ରେ ମାତ୍ର ୭ ପୃଷ୍ଠଭୂମି ସହିତ ଆରମ୍ଭ ହୋଇଥିବା ଭାରତୀୟ ତଟରକ୍ଷୀରେ ୧୫୬ ଜାହାଜ ଓ ୬୨ ବିମାନ ରହିଛି । ୨୦୨୫ ବେଳକୁ ୨୦୦ ପୃଷ୍ଠଭୂମି ଓ ୮୦ ବିମାନ ବଳ ସ୍ତର ହାସଲ କରିବାକୁ ଏହା ଲକ୍ଷ୍ୟ ରଖିଛି । ତଟରକ୍ଷୀ ବାହିନୀରେ ଅଧିକାରୀମାନଙ୍କର ପଦବୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ପଦବୀ ସହିତ ସମାନ ।
ଜେନେରାଲ ଡ୍ୟୁଟି ଅଫିସର, ପାଇଲଟ୍ ଅଫିସର, ଟେକ୍ନିକାଲ ଅଫିସର କିମ୍ବା ଆଇନ ଅଫିସର ଭାବେ ୪ ଶାଖା ମଧ୍ୟରୁ ଗୋଟିଏ ଶାଖାରେ ତଟରକ୍ଷୀରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଏ । 2008 ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତୀୟ ତଟରକ୍ଷୀ ବାହିନୀ, ସମ୍ପତ୍ତି ଏବଂ ଭିତ୍ତିଭୂମି ବିସ୍ତାର ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜି ଭାରତୀୟ ତଟରକ୍ଷା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛି ଭାରତୀୟ ବାୟୁସେନା ।