ଓଡିଶା

odisha

ETV Bharat / bharat

ପ୍ରଳୟଙ୍କାରୀ ବନ୍ୟା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲା ସେନା - ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ସେନା

ବିଭିନ୍ନ ବନ୍ୟା ଅଞ୍ଚଳରେ ଭାରତୀୟ ସେନାର ଦକ୍ଷିଣ କମାଣ୍ଡ ପକ୍ଷରୁ ଲୋକଙ୍କ ନିକଟକୁ ରିଲିଫ ସହ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ରାସ୍ତା ଘାଟ ଏବଂ ବିଜୁଳି ମରାମତି କାର୍ଯ୍ୟ ସହ ଲୋକଙ୍କୁ ନିରାପଦ ସ୍ଥାନରେ ଉଦ୍ଧାର କରିନେଉଛି ସେନା

ବନ୍ୟା
ବନ୍ୟା

By

Published : Jul 24, 2021, 10:55 PM IST

ମୁମ୍ବାଇ:ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ହୋଇଛି ମହାରାଷ୍ଟ୍ର । ମୂଷଳଧାରା ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବିଭିନ୍ନ ଅଞ୍ଚଳରେ ବନ୍ୟାର ବିଭିଷୀକା ତାଣ୍ଡବ ରଚିଛି । ଏ ଭଳି ସ୍ଥିତିରେ ମହାରାଷ୍ଟ୍ର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ସେନା ।

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ସ୍ଥିତି ସଙ୍ଗୀନ ରହିଛି । ପ୍ରବଳ ବର୍ଷା ଓ ବନ୍ୟାରେ ମାଟି ଅତଡା ଧସି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୩୬ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣା ପଡିଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଭିନ୍ନ ବନ୍ୟା ଅଞ୍ଚଳରେ ଭାରତୀୟ ସେନାର ଦକ୍ଷିଣ କମାଣ୍ଡ ପକ୍ଷରୁ ଲୋକଙ୍କ ନିକଟକୁ ରିଲିଫ ସହ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ରାସ୍ତା ଘାଟ ଏବଂ ବିଜୁଳି ମରାମତି କାର୍ଯ୍ୟ ସହ ଲୋକଙ୍କୁ ନିରାପଦ ସ୍ଥାନରେ ଉଦ୍ଧାର କରିନେଉଛି ସେନା । ବର୍ତମାନ ପର୍ଯ୍ୟନ୍ତ ସେନା ପକ୍ଷରୁ 100ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ସୁରକ୍ଷା ବଳ ଉଦ୍ଧାର ଓ ରିଲିଫ ପହଞ୍ଚାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ତେବେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାଦ ଅଞ୍ଚଳରେ ଉଦ୍ଧବ ପହଞ୍ଚି ସେଠାକାର ସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ସେହିପିର ରାୟଗଡ ଜିଲ୍ଲାରେ ଭୂସ୍ଖଳନ ଫଳରେ ୩୬ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ରୁ ଊର୍ଦ୍ଧ୍ବ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଆଗାମୀ ୩ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବର୍ଷା ଲାଗି ରହିବା ନେଇ ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ । ଏନେଇ ସ୍ଥାନୀୟ ପ୍ରଶାସନକୁ ମମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

ABOUT THE AUTHOR

...view details