ଓଡିଶା

odisha

Workshop of Army: ଯୁବକଙ୍କୁ ସେନାରେ ଭର୍ତ୍ତି ପାଇଁ ଆହ୍ବାନ

By

Published : Jan 29, 2022, 4:17 PM IST

କାଶ୍ମୀର ପୁଞ୍ଚ ସେକ୍ଟରରେ ସ୍ବତନ୍ତ୍ର କର୍ମଶାଳା ଆୟୋଜନ କଲା ସେନା । ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସହ କାଶ୍ମୀର ଯୁବକଙ୍କୁ ସଶସ୍ତ୍ର ବଳରେ ସାମିଲ ହେବା ପାଇଁ ଆହ୍ବାନ । ଅଧିକ ପଢନ୍ତୁ

କାଶ୍ମୀରରେ ସେନାର ଓ୍ବାର୍କସପ, କାଶ୍ମୀର ଯୁବକଙ୍କୁ ସଶସ୍ତ୍ର ବଳରେ ସାମିଲ ହେବା ପାଇଁ ଆହ୍ବାନ
କାଶ୍ମୀରରେ ସେନାର ଓ୍ବାର୍କସପ, କାଶ୍ମୀର ଯୁବକଙ୍କୁ ସଶସ୍ତ୍ର ବଳରେ ସାମିଲ ହେବା ପାଇଁ ଆହ୍ବାନକାଶ୍ମୀରରେ ସେନାର ଓ୍ବାର୍କସପ, କାଶ୍ମୀର ଯୁବକଙ୍କୁ ସଶସ୍ତ୍ର ବଳରେ ସାମିଲ ହେବା ପାଇଁ ଆହ୍ବାନ

ଶ୍ରୀନଗର: କାଶ୍ମୀରର ସ୍ଥାନୀୟ ଯୁବକଙ୍କ ପାଇଁ କର୍ମଶାଳା ଆୟୋଜନ କଲା ଭାରତୀୟ ସେନା । ଆଜି (ଶନିବାର) ଭାରତୀୟ ସେନାର ରୋମିଓ ଫୋର୍ସ (The Romeo Force of the Indian)ଏହି ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରି ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଭାରତୀୟ ସେନାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛି । ଏଥିରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ସ୍ଥାନୀୟ ଯୁବକ ଅଂଶଗ୍ରହଣ କରିଥିଲେ ।

ଏଥିରେ ସେନାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିବା ସହ ଭାରତୀୟ ସେନାର ଭିଜନ ସମ୍ପର୍କରେ ଅବଗତ କରିଥିଲେ । ସେନା ଦ୍ବାରା ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଓ୍ବାର୍କସପରେ ପ୍ରଦର୍ଶିତ ହୋଇଥିଲା । ଅସ୍ତ୍ରଶସ୍ତ୍ରର ବ୍ୟବହାର ଓ କ୍ଷମତା ସମ୍ପର୍କରେ ମଧ୍ୟ ସେନାଧିକାରୀମାନେ ଯୁବକଙ୍କୁ ସୂଚନା ପ୍ରଦାନ କରିଥିଲେ ।

ଏଥିରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଏପରି ଭିନ୍ନ ଆୟୋଜନକୁ ନେଇ ବେସ ଉତ୍ସୁକତା ମଧ୍ୟ ଦେଖିବାକୁ ମିଳିଥିଲା । ଏହା ସେନାର ଏକ ଭଲ ପଦକ୍ଷେପ, ସେମାନେ ସେନାର କାର୍ଯ୍ୟଶୈଳୀ ଓ ଭିଜନ ସମ୍ପର୍କରେ ସୂଚନା ପାଇଥିବାରୁୁ ସେନାକୁ ଧନ୍ୟବାଦ ଦେଇଛନ୍ତି ଅଂଶଗ୍ରହଣକାରୀ ।

ସେହିପରି ଏପରି ଆୟୋଜନ, ସେନା ସହ ସ୍ଥାନୟୀ ଯୁବଗୋଷ୍ଠୀଙ୍କୁ ଯୋଡିବାରେ ସହାୟକ ହେବ । ଘାଟିରେ ସେନାର ଭିଜନ, ଯବାନଙ୍କ ଜୀବନ ସମ୍ପର୍କରେ ସ୍ଥାନୀୟ ଯୁବକ ଜାଣିପାରିବେ । ଫଳରେ ସେନା ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଏକ ଉନ୍ନତ ସମନ୍ବୟ ତଥା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରକ୍ଷା ହୋଇପାରିବ ବୋଲି ଜଣେ ବରିଷ୍ଠ ସେନାଧିକାରୀ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details