ଓଡିଶା

odisha

ETV Bharat / bharat

LAC ରେ ମୁତୟନ ଯବାନଙ୍କୁ ମିଳିଲା ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର, ନିର୍ମାଣ ହେଲା ଅତ୍ୟାଧୁନିକ କ୍ୟାମ୍ପ - LAC update news

ଭାରତ-ଚୀନ ସୀମା ସଲଗ୍ନ LAC ରେ ମୁତୟନ ଭାରତୀୟ ଯବାନଙ୍କ ହାତରେ ଆମେରିକା ନିର୍ମିତ ଅତ୍ୟାଧୁନିତ ଅସ୍ତ୍ରଶସ୍ତ୍ର । ଅଧିକ ପଢନ୍ତୁ...

LAC ଫରଓ୍ବାର୍ଡ ପୋଷ୍ଟରେ ଭାରତୀୟ ସେନା ହାତରେ ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ର, ନିର୍ମାଣ ହେଲା ଅତ୍ୟାଧୁନିକ କ୍ୟାମ୍ପ
LAC ଫରଓ୍ବାର୍ଡ ପୋଷ୍ଟରେ ଭାରତୀୟ ସେନା ହାତରେ ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ର, ନିର୍ମାଣ ହେଲା ଅତ୍ୟାଧୁନିକ କ୍ୟାମ୍ପ

By

Published : Aug 7, 2021, 10:04 PM IST

ଶ୍ରୀନଗର: ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ମୁତୟନ ଭାରତୀୟ ଯବାନଙ୍କ ହାତରେ ଆମେରିକା ନିର୍ମିତ ଅତ୍ୟାଧୁନିତ ଅସ୍ତ୍ରଶସ୍ତ୍ର । LAC ନିକଟବର୍ତ୍ତୀ ଲଦାଖର ନିଓମା ଫରୱାର୍ଡ ବେସ (ଆଗୁଆ ଘାଟି) ଭଳି ସମ୍ବେଦନଶୀଳ ସ୍ଥାନରେ ମୁତୟନ ଭାରତୀୟ ଯବାନଙ୍କୁ ଯୋଗାଇ ଦିଆଯାଇଛି ଏହି ଅତ୍ୟାଧୁନିକ Sig Sauer 716 assault rifles ଓ Swiss MP-9 ପିସ୍ତଲ ।

LAC ଫରଓ୍ବାର୍ଡ ପୋଷ୍ଟରେ ଭାରତୀୟ ସେନା ହାତରେ ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ର, ନିର୍ମାଣ ହେଲା ଅତ୍ୟାଧୁନିକ କ୍ୟାମ୍ପ

ଭାରତ- ଚୀନ ସେନା ମଧ୍ୟରେ ସଂଘର୍ଷ ପରେ LACର ଫରଓ୍ବାର୍ଡ ପଏଣ୍ଟରେ ଦୁଇ ଦେଶ ସ୍ବତନ୍ତ୍ର ନଜର ଦେଇଆସୁଛନ୍ତି । ଏହି ସ୍ଥାନରେ ଚୀନ ସେନାର ଅନୁପ୍ରବେଶ ଓ ଅନ୍ୟ କୋଣସି ସାମରିକ ଗତିବିଧିକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଅଭିଯାନ ଜାରି ରହିଛି । ଏପରିସ୍ଥଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭାରତୀୟ ସେନାକୁ ଡ୍ରାଗନ ସେନାର ଗତିବିଧି ଓ ଅପ୍ରିତିକର ପରିସ୍ଥିତି ସହ ମୁକାବିଲା କରିବା ଦିଗରେ ଫଳପ୍ରଦ ହେବ ।

ସେହପରି ସେନାର ଯବାନମାନେ ଲଦାଖର LAC ନିକଟବର୍ତ୍ତୀ ପଏଣ୍ଟ ନିକଟ ଏକ ଫରୱାର୍ଡ ବେସରେ Fast Erectable Modular ଶୈଳୀରେ ଆଶ୍ରୟସ୍ଥଳ ନିର୍ମାଣ କରୁଛନ୍ତି । ଏହି ଅତ୍ୟାଧୁନିକ ଜ୍ଞାନ କୌଶଳେରେ ନିର୍ମିତ ଏହି କ୍ୟାମ୍ପକୁ ମାତ୍ର ୧ ସପ୍ତାହ ମଧ୍ୟରେ ନିର୍ମାଣ ଓ ସ୍ଥାନାନ୍ତରଣ କରାଯାଇପାରିବ । ଏହି କ୍ୟାମ୍ପର ଅନ୍ୟ ଏକ ପ୍ରମୁଖ ବୈଶଷ୍ଟ୍ୟ ହେଉଛି ଏହା ପାଣିପାଗ ସନ୍ତୁଳିତ ମଧ୍ୟ ଅତ୍ୟଧିକ ଶୀତ ସମୟରେ 8-40 ଯବାନଙ୍କୁ ସମ୍ପୂର୍ଣ୍ଣ ଆଶ୍ରୟ କ୍ଷମତା ମଧ୍ୟ ଏଥିରେ ରହିଛି । ମାତ୍ରାଧିକ ଥଣ୍ଡା ତଥା ବିଯୁକ୍ତ 35-40 ଡିଗ୍ରୀ ସେଲସିୟସରେ ମଧ୍ୟ ଏହା ଯବାନମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବ ବୋଲି ଜଣାପଡିଛି ।

@ANI

ABOUT THE AUTHOR

...view details