ଓଡିଶା

odisha

ETV Bharat / bharat

ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା - ଆଣ୍ଡାମାନରେ ବ୍ରହ୍ମୋସର ସଫଳ ପରୀକ୍ଷଣ

ବ୍ରହ୍ମୋସର ସଫଳ ପରୀକ୍ଷଣ । ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ । ସୁପରସୋନିକ କୃଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କରିଛି ଭାରତୀୟ ସେନା । ଅଧିକ ପଢନ୍ତୁ

ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା
ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା

By

Published : Nov 29, 2022, 10:09 PM IST

ହାଇଦ୍ରାବାଦ: ବ୍ରହ୍ମୋସର ସଫଳ ପରୀକ୍ଷଣ । ସୁପରସୋନିକ କୃଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କରିଛି ଭାରତୀୟ ସେନା । ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜରୁ ଆଜି (ମଙ୍ଗଳବାର) ଅପରାହ୍ନରେ ଏହି ପରୀକ୍ଷଣ ହୋଇଛି । ଏହି ମିସାଇଲକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରିବ । ପରୀକ୍ଷଣ ସଫଳ ହୋଇଥିବା ନେଇ ଭାରତୀୟ ସେନାର ଆଣ୍ଡାମାନ ନିକୋବର କମାଣ୍ଡ ପକ୍ଷରୁ ସୂଚନା ମିଳିଛି ।

ଆଜି ପରୀକ୍ଷଣରେ କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି । ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ସମସ୍ତ ପାରାମିଟର ସଠିକ ଭାବେ କାର୍ଯ୍ୟ କରିଥିଲା । ତେବେ ପୂର୍ବରୁ ମଧ୍ୟ ବ୍ରହ୍ମୋସର ଏକାଧିକ ପରୀକ୍ଷଣ ଆଣ୍ଡାମାନରୁ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details