ଓଡିଶା

odisha

ଯବାନଙ୍କ ମହାନତା, ଗର୍ଭବତୀଙ୍କୁ କାନ୍ଧରେ ବୋହିଲେ 2 କିମି

By

Published : Jan 7, 2021, 6:02 PM IST

ପୁଣି ମାନବିକତା ଦେଖାଇଛି ଭାରତୀୟ ସେନା । କାଶ୍ମୀରର କୁପଓ୍ବାରା ସେକ୍ଟରର କରଲାପରୁରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ 2 କିମି କାନ୍ଧରେ ବୋହି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ଜବାନ । ପଢନ୍ତୁ ଅଧିକ....

ଭାରତୀୟ ସେନାର ମହାନତା , ଗର୍ଭବତୀଙ୍କୁ  କାନ୍ଧରେ 2 କିମି ବୋହିଲେ ଜବାନ
ଭାରତୀୟ ସେନାର ମହାନତା , ଗର୍ଭବତୀଙ୍କୁ କାନ୍ଧରେ 2 କିମି ବୋହିଲେ ଜବାନ

ଶ୍ରୀନଗର: ପୁଣି ମାନବିକତା ଦେଖାଇଛି ଭାରତୀୟ ସେନା । କାଶ୍ମୀରର କୁପଓ୍ବାରା ସେକ୍ଟରର କରଲାପରୁରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ 2 କିମି କାନ୍ଧରେ ବୋହି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ସେନାର ଯବାନ । ଉକ୍ତ ଅଞ୍ଚଳରେ ପ୍ରବଳ ସୁଷାରପାତ ଫଳରେ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଫଳରେ ମହିଳାଙ୍କ ଘର ପାଖକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ।

ବରଫର ବହଳତା ଏତେ ଥିଲା ଯେ ଚାଲିବା ବି ସମ୍ଭବ ହୋଇ ପାରୁନଥିଲା । ଖବର ପାଇବା ପରେ ସେଠାରେ ମୁତୟନ ଥିବା ଭାରତୀୟ ସେନା ଯବାନ ମାନେ ଉକ୍ତ ମହିଳାଙ୍କୁ କାନ୍ଧରେ ପ୍ରାୟ 2 କିମି ବୋହିବା ପରେ ମୁଖ୍ୟରାସ୍ତାରେ ପହଞ୍ଚାଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମହିଳା ଜଣଙ୍କ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜଣା ପଡିଛି । ଉଭୟ ମହିଳା ଓ ତାଙ୍କ ନବଜାତ ଶିଶୁ ସୁସ୍ଥ ଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details