ଓଡିଶା

odisha

ETV Bharat / bharat

ଭୂସ୍ଖଳନରେ ଅମରନାଥ ଯାତ୍ରମାର୍ଗରେ ଭୁଶୁଡିଲା ପୋଲ, ରାତାରାତି ମରାମତି କଲା ସେନା - ଅମରନାଥ ଯାତ୍ରୀଙ୍କ ପାଇଁ ପୋଲ ସଜାଡିଲା ସେନା

ଅମରନାଥ ଯାତ୍ରା ମାର୍ଗରେ ଭୂସ୍ଖଳନ । ଭୁଶୁଡି ପଡିଲା ପୋଲ । ମାତ୍ର ରାତିକ ମଧ୍ୟରେ ମରାମତି କଲା ସେନା । ଯାତ୍ରା ସ୍ବାଭାବିକ । ଗତମାସ 30ରୁ ଜାରି ରହିଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଅଧିକ ପଢନ୍ତୁ

ଭୂସ୍ଖଳନରେ ଭୁଶୁଡି ପଡିଲା ପୋଲ: ଅମରନାଥ ଯାତ୍ରୀଙ୍କ ପାଇଁ ରାତାରାତି ପୋଲ ନିର୍ମାଣ କଲେ ସେନା
ଭୂସ୍ଖଳନରେ ଭୁଶୁଡି ପଡିଲା ପୋଲ: ଅମରନାଥ ଯାତ୍ରୀଙ୍କ ପାଇଁ ରାତାରାତି ପୋଲ ନିର୍ମାଣ କଲେ ସେନା

By

Published : Jul 3, 2022, 8:03 AM IST

ଶ୍ରୀନଗର:ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ଗତକାଲି ଭୂସ୍ଖଳନ ଫଳରେ ଯାତ୍ରା ମାର୍ଗରେ ଥିବା ଦୁଇ ପୋଲ ଭୁଶୁଡି ପଡିଥିଲା । ବାଲତାଲ ଅଞ୍ଚଳର ବ୍ରାରିମାର୍ଗରେ ଥିବା ଦୁଇ ପୋଲ ଭୁଶୁଡି ପଡିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ଯାତ୍ରାରେ କୌଣସି ବାଧାସୃଷ୍ଟି ହେବା ପୂର୍ବରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମାତ୍ର ଗୋଟିଏ ରାତିରେ ମରାମତି କରିଛି ଭାରତୀୟ ସେନା ।

ଅକ୍ଳାନ୍ତ ପରିଶ୍ରମ କରି ମାତ୍ର ଗୋଟିଏ ରାତିରେ ସେନାର ପ୍ରଶିକ୍ଷିତ ଯବାନମାନେ ଏହାକୁ ପୁନଃ ବ୍ୟବହାର ଯୋଗ୍ୟ ଭାବେ ମରାମତି କରିବାରେ ସଫଳ ହୋଇଛନ୍ତି । ପୋଲ ତଳେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହୋଉଥିବା ବେଳେ ସାରା ରାତି ଯବାନମାନେ ପୋଲ ନିର୍ମାଣରେ ଲାଗିଥିବା ଏକ ଭିଡିଓ ମଧ୍ୟ ସେନା ପକ୍ଷରୁ ଜାରି କରାଯାଇଛି ।

ଏହି ଭୂସ୍ଖଳନ ଫଳରେ ରାମବାନ ଓ ଉଦ୍ଧମପୁର ଜିଲ୍ଲାରେ ଯାତାୟତ ପ୍ରଭାବିତ ହୋଇଛି । ତେବେ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପରେ ଆଜି ସକାଳୁ ଯାତ୍ରାରେ କୌଣସି ସମସ୍ୟା ସାମ୍ନାକୁ ଆସିନାହିଁ । ଦୀର୍ଘ ଦୁଇ ବର୍ଷ ପରେ ଗତ ମାସ 30 ତାରିଖରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ବେସ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ବ୍ୟାଚରେ ପ୍ରାୟ 2,750 ଶ୍ରଦ୍ଧାଳୁ ଯାତ୍ରରେ ଅଂଶଗ୍ରହଣ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details