ଓଡିଶା

odisha

By

Published : Apr 15, 2021, 8:32 AM IST

ETV Bharat / bharat

ଭିନ୍ନକ୍ଷମଙ୍କ ପାଇଁ ଯବାନଙ୍କ ବଦାନ୍ୟତା, ଆରମ୍ଭ କଲେ ମାଗଣା ଚିକିତ୍ସା ଶିବିର

ଦକ୍ଷିଣ ଜମ୍ମୁକାଶ୍ମୀର ଅଞ୍ଚଳର ଭିନ୍ନକ୍ଷମଙ୍କ ପାଇଁ ମାଗଣା ମେଡିକାଲ କ୍ୟାମ୍ପକୁ ଆୟୋଜିତ କରିଛନ୍ତି ଭାରତୀୟ ଯବାନ । ଅଧିକ ପଢନ୍ତୁ...

ଭିନ୍ନକ୍ଷମଙ୍କ ପାଇଁ ଯବାନଙ୍କ ମାଗଣା ଚିକିତ୍ସା ଶିବିର ଆୟୋଜିତ
ଭିନ୍ନକ୍ଷମଙ୍କ ପାଇଁ ଯବାନଙ୍କ ମାଗଣା ଚିକିତ୍ସା ଶିବିର ଆୟୋଜିତ

ଶ୍ରୀନଗର: ଦକ୍ଷିଣ ଜମ୍ମୁକାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଯବାନମାନେ ଭିନ୍ନକ୍ଷମଙ୍କ ଚିକିତ୍ସା ଲାଗି ନେଇଛନ୍ତି ଏକ ପ୍ରଶଂସନୀୟ ପଦକ୍ଷେପ । ପୁଣେର ଏକ ଏନଜିଓ ସଂସ୍ଥା ଓ ସ୍ଥାନୀୟ ଅଞ୍ଚଳର ଭିନ୍ନକ୍ଷମ ବ୍ୟକ୍ତି ସଙ୍ଗଠନର ମିଳିତ ଉଦ୍ୟମରେ ଯବାନମାନେ ଏକ ମେଡିକାଲ କ୍ୟାମ୍ପର ଆୟୋଜନ କରି ଭିନ୍ନକ୍ଷମଙ୍କୁ ମାଗଣା ଚିକିତ୍ସା ଓ ଉପକରଣ ଯୋଗାଇଛନ୍ତି ।

ଏହି ମେଡିକାଲ କ୍ୟାମ୍ପରେ କୁଲଗାମ, ସୋପିଆନ, ପୁଲୱାମା ଓ ଅନନ୍ତନାଗ ଜିଲ୍ଲାରୁ ପ୍ରାୟ 250ଟି ହ୍ବିଲଚେୟାର, 150ଟି ଆଶାବାଡି, 230ଟି ଶ୍ରବଣ ଉପକରଣ, 200ଟି ଚାଲିବାରେ ସହଯୋଗ କରୁଥିବା ବାଡି ଆଦି ଉପକରଣଗୁଡିକୁ ଭିନ୍ନକ୍ଷମବ୍ୟକ୍ତିଙ୍କୁ ଯୋଗାଇଛନ୍ତି । ଭିନ୍ନକ୍ଷମ ହିତାଧିକାରୀଙ୍କ ତାଲିକା ଅନନ୍ତନାଗ ଶାଖାର ଭିନ୍ନକ୍ଷମ ବ୍ୟକ୍ତି ସଙ୍ଗଠନ ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ଏହି ଉପକରଣଗୁଡିକ ପାଇବା ଦ୍ବାରା ସେମାନଙ୍କ ଜୀବନଶୈଳୀ କିଛି ମାତ୍ରାରେ ସହଜ ହୋଇପାରିଛି ବୋଲି ଭିନ୍ନକ୍ଷମ ବ୍ୟକ୍ତିମାନେ କହିଛନ୍ତି ।

ଏହି ପଦକ୍ଷେପ ଦ୍ବାରା ଅଞ୍ଚଳର ଅନେକ ଭିନ୍ନକ୍ଷମଙ୍କୁ ଆଶାବାଡ଼ି, ହ୍ଲିଲଚେୟାର ଆଦି ଉପକରଣ ମିଳିପାରିଛି ବୋଲି ସ୍ଥାନୀୟ ବାସିନ୍ଦା ଅଦିଲ ଅହମ୍ମଦ କହିଛନ୍ତି । ଏହି ଉପକରଣଗୁଡିକ ମୂଲ୍ୟ ଅଧିକ ଥିବାରୁ ଗରିବ ଶ୍ରେଣୀର ଭିନ୍ନକ୍ଷମ ଏଗୁଡିକୁ କିଣିବାକୁ ସକ୍ଷମ ନଥିଲେ । ତେବେ ଯବାନଙ୍କ ଏହି ପଦକ୍ଷେପ ସେମାନଙ୍କୁ ବହୁତ ସୁବିଧା ଯୋଗାଇଛି ବୋଲି ସେ କହିଛନ୍ତି । ଯବାନଙ୍କ ଏହି ପଦକ୍ଷେପ ଦ୍ବାରା ଭିନ୍ନକ୍ଷମଙ୍କୁ ଉପକରଣ ଯୋଗାଇ ବେଶ ଖୁସି ବ୍ୟକ୍ତ କରିଛି ପୁଣେର ଏନଜିଓ ସଂସ୍ଥା ।

@ANI

ABOUT THE AUTHOR

...view details