ଇଟାନଗର:ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗା ଓ ଚିଲିପାମ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ଏହି ନିଆଁକୁ ନିୟନ୍ତ୍ରଣ କରିବାକୁ ଭାରତୀୟ ସେନା ଜଙ୍ଗଲ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିଛନ୍ତି।
ଜଙ୍ଗଲ କର୍ତ୍ତୃପକ୍ଷ ଓ ସେନା ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଉଦ୍ୟମ ପାଇଁ ଏପରି ପ୍ରାକୃତିକ ବିପର୍ଯ୍ୟାୟକୁ ଏଡାଇବାରେ ସକ୍ଷମ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ଇଷ୍ଟର୍ଣ୍ଣ କମାଣ୍ଡର ଭାରତୀୟ ସେନା।