ଓଡିଶା

odisha

ETV Bharat / bharat

Poonch Terror Attack: 5 ଶହୀଦଙ୍କ ନାଁ ଜାରି କଲା ସେନା, ସର୍ଚ୍ଚ ଅପରେସନ ଜାରି - ପୁଞ୍ଚ ଆତଙ୍କୀ ଆକ୍ରମଣର ଶହୀତ ଯବାନ

ଜମ୍ମୁ କାଶ୍ମୀର ପୁ଼ଞ୍ଚରେ ଗତକାଲି (ଗୁରୁବାର) ହୋଇଥିବା ଆତଙ୍କୀ ଆକ୍ରମଣରେ 5 ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ନାମ ଜାରି କରିଛି ଭାରତୀୟ ସେନା । ଏହା ସହ ସେନା ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

Indian Army has released names of five soldiers killed in poonch
ପୁଞ୍ଚ ଆତଙ୍କୀ ଆକ୍ରମଣରେ 5 ଯବାନ ଶହୀଦ

By

Published : Apr 21, 2023, 10:24 AM IST

ନୂଆଦିଲ୍ଲୀ:ପୁଣି ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଛନ୍ତି 5 ଜଣ ବୀର ଯବାନ । ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଗତକାଲି (ଗୁରୁବାର) ଏକ ସେନା ଗାଡିକୁ ଆତଙ୍କୀ ଆକ୍ରମଣ ହୋଇଥିଲା । ଗାଡିରୁ ଗ୍ରେନେଡ ମାଡ ଯୋଗୁଁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏଥିରେ 5 ଜଣ ବୀର ଯବାନ ଶହୀଦ ହୋଇଛନ୍ତି । ସମସ୍ତ ଶହୀଦ 5 ଯବାଙ୍କ ନାମ ଜାରି କରିଛି ଭାରତୀୟ ସେନା । ସମସ୍ତ ରାଷ୍ଟ୍ରୀୟ ରାଇଫଲ ୟୁନିଟର ସଦସ୍ୟ । ଆକ୍ରମଣ ପରେ ଜମ୍ମୁ କାଶ୍ମୀର ପୋଲିସ ଓ ସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ଡ୍ରୋନ, ଅନୁସନ୍ଧାନକାରୀ କୁକୁର ସହ ନିକଟ ଜଙ୍ଗଲରେ ଲୁଚିଥିବା ଆତଙ୍କୀଙ୍କୁ ଖୋଜା ଚାଲିଛି ।

ଶହୀଦ 5 ବୀର ପୁତ୍ର:

ହାବିଲଦାର ମନଦୀପ ସିଂହ

ଲାଏନ୍ସ ନାଏକ ଦେବାଶିଷ ବିଶ୍ବାଳ (ଓଡିଶା)

ଲାଏନ୍ସ ନାଏକ କୁଲୱତ ସିଂହ

ଏସଇପି ହରକ୍ରିଷ୍ଣ ସିଂହ

ଏସଇପି ସେବକ ସିଂହ

ଏହା ବି ପଢନ୍ତୁ...ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଏହା ବି ପଢନ୍ତୁ...କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଳିଗଲା ସେନା ଟ୍ରକ: 5 ଯବାନ ଶହୀଦ

ସମସ୍ତ ଶହୀଦ ଯବାନ ରାଷ୍ଟ୍ରୀୟ ରାଇଫଲ ୟୁନିଟର ସଦସ୍ୟ । ସେମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ । 5 ଶହୀଦଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ହୋଇଥିବା ବେଳେ ଅନ୍ୟ 4 ଜଣ ପଞ୍ଜାବର । ନର୍ଦଣ୍ଣ କମାଣ୍ଡ ମୁଖ୍ୟାଳୟରୁ ଜାରି ହୋଇଥିବା ବୟାନ ଅନୁସାରେ ଗୁରୁବାର ଅପରାହ୍ନରେ ପୁଞ୍ଚରୁ ପ୍ରାୟ 60 କିଲୋମିଟର ଦୂରରେ ଏହି ଆକ୍ରମଣ ଘଟିଛି । ସେନା ଗାଡିଟି ପୁଞ୍ଚରୁ ସାଙ୍ଗିୱଟ ଅଭିମୁଖେ ଯାଉଥିବା ବେଳେ ଭଟା ଧୁରିୟାଁ ନିକଟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କୀ ପ୍ରଥମରେ ସେନା ଗାଡିରୁ 50 ରାଉଣ୍ଡ ଗୁଳି କରିଥିଲେ । ଏହା ପରେ ଗ୍ରେନେଡ ମାଡ କରିଥିଲେ । ଗ୍ରେନେଡ ମାଡ ଯୋଗୁଁ ସେନା ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଆକ୍ରମଣରେ ଗୁରୁତର ଯବାନଙ୍କୁ ରଜୌରୀ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ 5 ବୀର ପୁତ୍ରଙ୍କ ଦେହାନ୍ତ ହୋଇଥିଲା ।

ସେନା ମୁଖ୍ୟ ମନୋଜ ପାଣ୍ଡେ ଆତଙ୍କୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସୂଚନା ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ବୀରଙ୍କ ବଳିଦାନ ବୃଥା ଯିବ ନାହିଁ ବୋଲି କହିଥିଲେ । ଏ ଆକ୍ରମଣ ନେଇ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି- ଫାସିଷ୍ଟ ଫ୍ରଣ୍ଟ ନିଜକୁ ଦାୟୀ କରିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଛି ।

ABOUT THE AUTHOR

...view details