ଓଡିଶା

odisha

ETV Bharat / bharat

ସେନାମୁଖ୍ୟ ପିନ୍ଧିଲେ ଭାରତୀୟ ସେନାର ନୂତନ ୟୁନିଫର୍ମ - ସେନାମୁଖ୍ୟ ପିନ୍ଧିଲେ ଭାରତୀୟ ସେନାର ନୂତନ ୟୁନିଫର୍ମ

ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନରାଲ ମନୋଜ ମୁକୁନ୍ଦ ନରୱାଣେ ପିନ୍ଧିଲେ ସେନାର ନୂଆ ୟୁନିଫର୍ମ। ଅଧିକ ପଢନ୍ତୁ

ସେନାମୁଖ୍ୟ ପିନ୍ଧିଲେ ଭାରତୀୟ ସେନାର ନୂତନ ୟୁନିଫର୍ମ
ସେନାମୁଖ୍ୟ ପିନ୍ଧିଲେ ଭାରତୀୟ ସେନାର ନୂତନ ୟୁନିଫର୍ମ

By

Published : Jan 19, 2022, 4:22 PM IST

ନୂଆଦିଲ୍ଲୀ:ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନରାଲ ମନୋଜ ମୁକୁନ୍ଦ ନରୱାଣେ (Indian Army Chief General Manoj Mukund Naravane) ପିନ୍ଧିଲେ ସେନାର ନୂଆ ୟୁନିଫର୍ମ । ଆଜି ଇଷ୍ଟର୍ନ କମାଣ୍ଡ ପରିଦର୍ଶନ କରିବା ସମୟରେ ଜେନରାଲ ମନୋଜ ମୁକୁନ୍ଦ ନରୱାଣେ ସେନାର ନୂତନ ୟୁନିଫର୍ମ (Indian Army new combat uniform) ପିନ୍ଧିଥିବା ଦେଖିବାକୁ ମିଳିଛି । ଏହା ସହ ଇଷ୍ଟର୍ଣ୍ଣ କମାଣ୍ଡର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଥିଲେ ସେନାମୁଖ୍ୟ ତାଙ୍କ ସହିତ ଅନ୍ୟାନ୍ୟ ପଦାଧିକାରୀ ମଧ୍ୟ ସାମିଲ ହୋଇଥିଲେ। ସୂଚନାଥାଉକି ନିକଟରେ ଭାରତୀୟ ସ୍ଥଳର ସେନା ପୋଷାକରେ ପରିବର୍ତ୍ତନ କରାଯାଇଛି।

ଜାନୁୟାରୀ ୧୬ ଭାରତୀୟ ସେନାର ୭୪ ତମ ପ୍ରତିଷ୍ଠା ଦିବସରେ ଏହି ନୂତନ ସେନା ୟୁନିଫର୍ମର ଲୋକାର୍ପଣ କରାଯାଇଥିଲା। ଦୀର୍ଘ ଦଶନ୍ଧି ପରେ ଭାରତୀୟ ସେନାର ନୂତନ ପୋଷାକ ପ୍ରସ୍ତୁତ କରାଯାଇଛି। ଆର୍ମି ପ୍ରତିଷ୍ଠା ଦିବସରେ ପାରାଚ୍ୟୁଟ ରେଜିମେଣ୍ଟର କମାଣ୍ଡମାନେ ଏହି ନୂତନ ସେନା ପୋଷାକ ପରିଧାନ କରି ପରେଡ କରିଥିଲେ। ଏହି ସେନା ପୋଷାକରେ ବିଭିନ୍ନ ପ୍ରକାରର ସୁବିଧା ରହିଛି। ସେନାର ଏହି ନୂତନ ୟୁନିଫର୍ମ ଶତ୍ରୁଙ୍କୁ ନଜରରେ ରଖି ସ୍ବତନ୍ତ୍ର ଭାବେ ଡିଜାଇନ କରି ପ୍ରସ୍ତୁତ କରାଯାଇଛି। ଏହି ସେନା ପୋଷାକରେ ଡିଜିଟାଲ ମାଧ୍ୟମ ମଧ୍ୟ ପ୍ରୟୋଗ କରାଯାଇଛି ।

@ANI

ABOUT THE AUTHOR

...view details