ଓଡିଶା

odisha

By

Published : Mar 10, 2022, 10:04 AM IST

ETV Bharat / bharat

ଯୁଦ୍ଧ ଲାଗି ଆମେ ପ୍ରସ୍ତୁତ: ସେନା ମୁଖ୍ୟ

ଋଷ ଓ ୟୁକ୍ରେନ ଯୁ୍ଦ୍ଧକୁ ନେଇ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ପ୍ରତିକ୍ରିୟା । ତେବେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ଦେଖି ଭବିଷ୍ୟତରେ ଏହି ଭଳି ଯୁଦ୍ଧ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ଆର୍ମି ଚିଫ୍‌ ଏମ ଏମ ନରୱାଣେ କହିଛନ୍ତି । ଅଧିକ ପଢନ୍ତୁ

ଯୁଦ୍ଧ ଲାଗି ଆମେ ପ୍ରସ୍ତୁତ: ଆର୍ମି ଚିଫ୍‌ ଏମ ଏମ ନରୱାଣେ
ଯୁଦ୍ଧ ଲାଗି ଆମେ ପ୍ରସ୍ତୁତ: ଆର୍ମି ଚିଫ୍‌ ଏମ ଏମ ନରୱାଣେ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁ୍ଦ୍ଧକୁ ନେଇ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ପ୍ରତିକ୍ରିୟା । ତେବେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ଦେଖି ଭବିଷ୍ୟତରେ ଏହି ଭଳି ଯୁଦ୍ଧ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ଆର୍ମି ଚିଫ୍‌ ଏମ ଏମ ନରୱାଣେ କହିଛନ୍ତି । ଏଥିସହ ଭବିଷ୍ୟତରେ ଏହିଭଳି ପରସ୍ଥିତି ମୁକାବିଲା କରିବା ଲାଗି ସ୍ବଦେଶୀ ଅସ୍ତ୍ର ବ୍ୟବସ୍ଥାରେ ଆମେ ଯୁ୍ଦ୍ଧ ଲଢିବା ପାଇଁ ପ୍ରସ୍ତୁତ ରହିଛୁ ବୋଲି ସେନା ମୁଖ୍ୟ କହିଛନ୍ତି ।

ସେହିପରି ଋଷ ଓ ୟୁକ୍ରେନ ଯୁଦ୍ଧ ଦେଖିବା ପରେ ସମସ୍ତଙ୍କୁ ଏହା ଶିକ୍ଷା ଦେବା ସହ ଯୁଦ୍ଧ ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବୋଲି ସେ କହିଛନ୍ତି । ଏଭଳି ସ୍ଥିତକୁ ସାମ୍ନ କରିବା ଲାଗି ଆମେ ସବୁ ବେଳେ ପ୍ରସ୍ତୁତ ରହିବା ଦରକାର ବୋଲି ଆର୍ମି ଚିଫ୍‌ କହିଛନ୍ତି । ଏହା ମଧ୍ୟ କେଉଁ ମୁହୂର୍ତ୍ତରେ ହୋଇପାରେ, ତେବେ ଏଥିପାଇଁ ସବୁବେଳେ ପ୍ରସ୍ତୁତ ରହିବା ଜରୁରୀ ବୋଲି ସେ କହିଛନ୍ତି ।

ସେହିଭଳି ଋଷ ଓ ୟୁକ୍ରେନ ମହାଯୁଦ୍ଧ ପାଇଁ ଭାରତ ପରୋକ୍ଷରେ କ୍ଷତି ସହୁଛି ବୋଲି ସେ କହିଛନ୍ତି । ତେବେ ସାମରିକ ଅସ୍ତ୍ରସସ୍ତ୍ର ଆମଦାନୀରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ କାରଣରୁ ବ୍ୟାଘାତ ସୃଷ୍ଟି ହୋଇଛି । ଏଥିସହ ଯୁ୍ଦ୍ଧାସ୍ତ୍ର ପାଇଁ ଦରକାର ହେଉଥିବା ସାଜ ଓ ସରଞ୍ଜାମ ଆସିବାରେ ଅସୁବିଧା ହେଉଛି ।

ଅନ୍ୟପଟେ ତିନି ସେନା ପକ୍ଷରୁ ବିଭିନ୍ନ ଯୋଗାଣକାରୀ ଏବଂ ହିତାଧିକାରୀଙ୍କ ସହ ବୈଠକ କରିଛନ୍ତି । ଏଥିସହ ଅନ୍ୟ ମାଧ୍ୟମରୁ ଯଥା ଶୀଘ୍ର ସାମରିକ ଜିନିଷ ଯୋଗାଇବା ପାଇଁ କୁହାଯାଇଛି । ଏପଟେ ଯୁଦ୍ଧ ପଦକ୍ଷେପରେ ଯେକୌଣସି ସମ୍ଭାବ୍ୟ ବିଷୟବସ୍ତୁ ସ୍ବଦେଶୀ ହୋଇପାରିବ ବୋଲି ସୁନିଶ୍ଚିତ କରିବାକୁ ମଧ୍ୟ ପ୍ରୟାସ କରାଯାଉଛି ବୋଲି ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଛନ୍ତି ।

@IANS

ABOUT THE AUTHOR

...view details