ନୂଆଦିଲ୍ଲୀ:ବର୍ତ୍ତମାନ ସାମରିକ ଆହ୍ବାନ ଓ ବିଶ୍ବ ଶକ୍ତିର ଆବଶ୍ୟକତାକୁ ଦେଖି ଭାରତୀୟ ସେନାର ଆଧୁନିକୀକରଣ ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଉଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହି ପ୍ରକ୍ରିୟାରେ ନୂଆ ତଥା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅସ୍ତ୍ରଶସ୍ତ୍ର ଓ ଉପକରଣ ସେନାରେ ସାମିଲ ହେବାରେ ଲାଗିଛି । ଏହି କ୍ରମରେ ସେନାରେ ସାମିଲ ହୋଇଛି Mini Remotely Piloted Aircraft Systems ।
ସ୍ଥଳସେନାରେ ସାମିଲ ହେଲା Mini Remotely Piloted Aircraft Systems - ସ୍ଥଳସେନାରେ ଅତ୍ୟାଧୁନିକ ଡ୍ରୋନ ସିଷ୍ଟମ
ସ୍ଥଳସେନାରେ ସାମିଲ ହେଲା Mini Remotely Piloted Aircraft Systems । ଆହ୍ବାନପୂର୍ଣ୍ଣ ସ୍ଥିତିରେ ସର୍ଭିଲାନ୍ସ ପ୍ରକ୍ରିୟାକୁ ମିଳିବ ବଳ । ଅଧିକ ପଢନ୍ତୁ
ସ୍ଥଳସେନାରେ ସାମିଲ ହେଲା Mini Remotely Piloted Aircraft Systems
ଏହି ହାଲୁକା ଏୟାରକ୍ରାଫ୍ଟ ସର୍ଭିଲାନ୍ସରେ ବ୍ୟବହାର କରାଯାଇପାରିବ । ଏହି ଉଚ୍ଚଶକ୍ତି ସମ୍ପନ୍ନ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ରିମୋର୍ଟ ଦ୍ବାରା ନିୟନ୍ତ୍ରିତ ହୋଇପାରିବା ସହ ପ୍ରଭାବୀ ଭାବେ କାର୍ଯ୍ୟ କରିପାରିବ । ଏହାର ବ୍ୟବହାର ଫଳରେ ସର୍ବିଲାନ୍ସ ପ୍ରକ୍ରିୟାରେ ସେନାକୁ ସଫଳତା ମିଳିପାରିବ । ଫଳରେ ଶତ୍ରୁ ସେନାର ଗତିବିଧି ଓ ଅବସ୍ଥିତି ଉପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ଯ ହାସଲ କରିପାରିବ ସେନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ