ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ଲଜ୍ଜ୍ୟା । ମୂଳ ଭାରତୀୟ-ଆମେରିକୀୟ ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ । ରାଜଧାନୀ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ମହିଳା ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ମହିଳା ଜଣକ ଏକ ପ୍ରାଇଭେଟ କମ୍ପାନୀର ସିଇଓ (CEO)ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏନେଇ ନୂଆଦିଲ୍ଲୀର ଚାଣକ୍ୟପୁରି ପୋଲିସ ଷ୍ଟେସନରେ ଏଫଆଇଆର ଦାୟର କରିଛନ୍ତି ଉକ୍ତ ମହିଳା । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ଚାଣକ୍ୟପୁରି ଥାନା ଡିସିପି ଦେବଶ କୁମାର ମହଲାଙ୍କ କହିବା ଅନୁଯାୟୀ, ମୂଳ ଭାରତୀୟ-ଆମେରିକୀୟ ମହିଳା ଜଣକ ଜଣେ ପ୍ରାଇଭେଟ କମ୍ପାନୀର ସିଇଓଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏନେଇ ଚାଣକ୍ୟପୁରି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଏକ ବର୍ଷ ପୂର୍ବେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଏକ ଘରୋଇ କମ୍ପାନୀର ସିଇଓ ତାଙ୍କୁ ଦୁଷ୍କର୍ମ କରିଥିଲେ । ବର୍ତ୍ତମାନ ପୋଲିସ ମହିଳାଙ୍କ ଡାକ୍ତରୀ ମାଇନା କରିସାରିଛି । ତେବେ ମହିଳା ଜଣଙ୍କ ବୟସ 42 ବର୍ଷ ହୋଇଥିବା ବେଳେ ସେ କିପରି ସିଇଓଙ୍କ ସହ ସମ୍ପର୍କରେ ଆସିଲେ ? ଏନେଇ ପୋଲିସ ଏହାର ତଦନ୍ତ କରୁଛି ।