ପାଟନା: ବିହାରର ମାଓ ପ୍ରବଣ ବକ୍ସରରେ ଟଳିଲା ବଡ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ବକ୍ସରରେ ଜରୁରୀକାଳୀନ ଅବତରଣ କରିଛି ବାୟୁସେନାର ହେଲିକପ୍ଟର । ଅଚାନକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାକୁ ମାନିକପୁର ହାଇସ୍କୁଲ ପଡିଆରେ ଅବତରଣ କରାଇବାକୁ ପଡିଛି । ଅବତରଣ ସମୟରେ ହେଲିକପ୍ଟରରେ ବାୟୁସେନା ଯବାନ ରହିଥିବା ଜଣାପଡିଛି ।
ମାଓପ୍ରବଣ ବକ୍ସରରେ ଜରୁରୀକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର - ବକ୍ସର ବାୟୁସେନା ହେଲିକପ୍ଟର
ଯାନ୍ତ୍ରିକ ତ୍ରୁଟି କାରଣରୁ ବକ୍ସରରେ ଜରୁରୀକାଳୀନ ଅବତରଣ କରିଛି ବାୟୁସେନାର ହେଲିକପ୍ଟର । ଅବତରଣ ସମୟରେ ହେଲିକପ୍ଟରରେ 20 ଜଣ ବାୟୁସେନା ଯବାନ ଥିଲେ। ଅଧିକ ପଢନ୍ତୁ...
![ମାଓପ୍ରବଣ ବକ୍ସରରେ ଜରୁରୀକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର ମାଓପ୍ରବଣ ବକ୍ସରରେ ଅବତରଣ କଲା ବାୟୁସେନା ହେଲିକପ୍ଟର](https://etvbharatimages.akamaized.net/etvbharat/prod-images/768-512-12875375-thumbnail-3x2-aa.jpg)
ଅବତରଣ ସମୟରେ ହେଲିକପ୍ଟରରେ 20 ଜଣ ବାୟୁସେନା ଯବାନ ଥିଲେ। ଏଥିରୁ ଦୁଇ କ୍ଲାସୱାନ ଅଧିକାରୀ ଥିବା କୁହାଯାଉଛି । ହେଲିକପ୍ଟରଟି ଆହ୍ଲାବାଦରୁ ଉଡାଣ ଭରିଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ହେତୁ ଏହା ବକ୍ସର ଧନସୋଇ ପୋଲିସ ଷ୍ଟେସନ ଅନ୍ତର୍ଗତ ମାଣିକପୁର ଗାଁର ହାଇସ୍କୁଲରେ ଅବତରଣ କରିଥିଲା।
ପଡିଆରେ ପାଣିଥିବା କାରଣରୁ ହେଲିକପ୍ଟରର ଚକ ଦବିଯାଇଛି । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ସୁଧାରିବା ପାଇଁ ପ୍ରୟାସ କରାଯାଉଛି। ବିମାନର ଡେଣାରେ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଥିବା କୁହାଯାଉଛି। ଏଥିପାଇଁ ଏହାକୁ ବକ୍ସରରେ ଅବତରଣ କରାଇବାକୁ ପଡିଛି । ବିମାନରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ସୁରକ୍ଷିତ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଟିମ ସେଠାରେ ପହଁଞ୍ଚିଛି ।