ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି । ଏହାରି ଭିତରେ ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ବାୟୁସେନା । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ପଞ୍ଜୀକରଣ କରିବ ବାୟୁସେନା । ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ପଞ୍ଜୀକରଣ କରିପାରିବେ । ଆସନ୍ତାବର୍ଷ ଅର୍ଥାତ 2023 ଜାନୁଆରୀ ମଧ୍ୟ ଭାଗରେ ଅନଲାଇନ ପରୀକ୍ଷା ହେବ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ଗତ ଜୁନ 24ରେ ଆଶାୟୀ ପ୍ରାର୍ଥୀମାନେ ଅଗ୍ନିପଥରେ ପଞ୍ଜିକରଣ କରିଥିଲେ । ଜୁଲାଇ 5 ଯାଏ ଏହି ପଞ୍ଜୀକରଣ ହୋଇଥିଲା । 21 ଅଗଷ୍ଟରୁ 28 ତାରିଖ ମଧ୍ୟରେ ଚୟନ ପ୍ରାର୍ଥୀଙ୍କ ଫିଜିକାଲ ଫିଟନେସ ଟେଷ୍ଟ ହୋଇଥିଲା । 29ରୁ ନଭେମ୍ବର 8 ଯାଏଁ ସେମାନଙ୍କ ମେଡିକାଲ ଟେଷ୍ଟ କରାଯିବ । ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ଉତ୍ତୀର୍ଣ୍ଣ ହେବେ, ଡିସେମ୍ବରରେ ସେମାନଙ୍କ ନାମ ପ୍ରକାଶ ପାଇବ । 30 ଡିସେମ୍ବରରୁ ସେମାନଙ୍କ ଟ୍ରେନିଂ ଆରମ୍ଭ ହେବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ବିବୃତ୍ତିରେ ପ୍ରକାଶ ପାଇଥିଲା।