ଓଡିଶା

odisha

By

Published : Jul 28, 2022, 10:37 PM IST

Updated : Jul 28, 2022, 11:02 PM IST

ETV Bharat / bharat

ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା MIG-21, ଦୁଇ ପାଇଲଟ ଶହୀଦ

ରାଜସ୍ଥାନରେ ଖସିପଡି ଜଳିଗଲା ବାୟୁସେନାର ମିଗ ବିମାନ । ଏଥିରେ ଦୁଇ ପାଇଲଟ ଶହୀଦ ହୋଇଛନ୍ତି । ଘଟଣାସ୍ଥଳରେ ବାୟୁସେନା ଅଧିକାରୀ । ଅଧିକ ପଢନ୍ତୁ

ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବାୟୁସେନାର MIG ବିମାନ, ପାଇଲଟଙ୍କ ମିଳୁନି ପତ୍ତା
ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବାୟୁସେନାର MIG ବିମାନ, ପାଇଲଟଙ୍କ ମିଳୁନି ପତ୍ତା

ଜୟପୁର: ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳିଗଲା ଭାରତୀୟ ବାୟୁସେନାର MIG ବିମାନ । ରାଜସ୍ଥାନର ଭାରତ-ପାକିସ୍ତାନ ସୀମାନ୍ତ ବାରମେର ଜିଲ୍ଲାରେ ଆଜି (ଗୁରୁବାର) ରାତିରେ ଏହି ଦୁର୍ଘଟଣା ଘଟିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଖସିପଡିବାରୁ ନିଆଁ ଲାଗିଯାଇଛି । ଏଥିରେ ଦୁଇ ପାଇଲଟ ଶହୀଦ ହୋଇଛନ୍ତି ।

ରାଜସ୍ଥାନରେ ବାୟୁସେନାର MIG ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମିଳୁନି ପତ୍ତା

ବିମାନର ଭଂଗ୍ନାସ ପ୍ରାୟ 1କି.ମି ଏରିଆରେ ବିଛାଡି ହୋଇପଡିଛି । ବିମାନଟିର ଭାଗ୍ନାଂଶ ଭୟଙ୍କର ଭବେ ଜଳୁଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ନିଆଁ ଲିଭା ଯିବା ପାଇଁ ପ୍ରୟାସ ମଧ୍ୟ ଜାରି ରହିଛି । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାୟୁସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏପଟେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ନେଇ ସ୍ପଷ୍ଟ କରିଛନ୍ତି ବାରମେର ଜିଲ୍ଲାପାଳ ଲୋକ ବନ୍ଦୁ । ଏହାସହିତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ମିଗ-21 ଦୁର୍ଘଟଣାଗ୍ରସ୍ତ ନେଇ ବାୟୁସେନା ମୁଖ୍ୟ ଭିଆର ଚୌଧୁରୀଙ୍କ ସହିତ କଥା ହୋଇଛନ୍ତି । VR Chaudhari ଦୁର୍ଘଟଣା ନେଇ ରାଜନାଥ ସିଂହଙ୍କୁ ଅବଗତ କରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 28, 2022, 11:02 PM IST

ABOUT THE AUTHOR

...view details