ଓଡିଶା

odisha

ETV Bharat / bharat

IAFରେ ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀର ହେବେ ସାମିଲ - ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀର ହେବେ ସାମିଲ

ଭାରତୀୟ ବାୟୁସେନା ତାର ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଏକ ବଡ଼ ନିଷ୍ପତ୍ତି ନେଇଛି ଆଇଏଏଫ । ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀରଙ୍କୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

IAFରେ ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀର ହେବେ ସାମିଲ
IAFରେ ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀର ହେବେ ସାମିଲ

By

Published : Oct 9, 2022, 8:47 AM IST

ନୂଆଦିଲ୍ଲୀ: ଆର୍ମି ଓ ନୌସେନା ପରେ ଏବେ ଭାରତୀୟ ବାୟୁସେନାରେ ମଧ୍ୟ ମହିଳା ଅଗ୍ନିବୀର (Women Agniveer)ଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷରୁ ଭାରତୀୟ ବାୟୁସେନା (IAF)ରେ ମହିଳା ଅଗ୍ନିବୀରଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଏୟାରଫୋର୍ସ ମୁଖ୍ୟ ମାର୍ଶଲ ବିଆର ଚୌଧୁରୀ (IAF chief Air Chief Marshal Vivek Ram Chaudhari) । ଚଳିତ ବର୍ଷ ପ୍ରାୟ ୩୦୦୦ ଅଗ୍ନିବୀର ଦେଶସେବାରେ ନିୟୋଜିତ ହେଉଥିବା ବେଳେ ସେଥିରେ ମହିଳାଙ୍କୁ ସାମିଲ କରାଯାଇନାହିଁ ।

ଏୟାରଫୋର୍ସରେ ଜଣେ ଅଧିକାରୀ କହିଛନ୍ତି ଯେ, ମହିଳାଙ୍କୁ ଭାରତୀୟ ବାୟୁସେନାରେ ଭର୍ତ୍ତି କରିବା ପୂର୍ବରୁ ପ୍ରଥମେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ । ଯେପରିକି ମହିଳା ଅଗ୍ନିବୀରଙ୍କୁ କୌଣସି ପ୍ରକାର ସମସ୍ୟା ହେବ ନାହିଁ । ଭାରତୀୟ ବାୟୁସେନାରେ ଅଫିସର ରାଙ୍କରେ ମହିଳା ସାମିଲ ରହିଛନ୍ତି, ମାତ୍ର ଏୟାରମ୍ୟାନ (ସୈନିକ) ରାଙ୍କ କୌଣସି ମହିଳାଙ୍କୁ ସାମିଲ କରାଯାଇନାହିଁ । ପ୍ରଥମ ଥର ପାଇଁ ଆସନ୍ତା ବର୍ଷରୁ ମହିଳାମାନେ ସୈନିକ ଭାବରେ ଭାରତୀୟ ସେନାରେ ନିୟୋଜିତ ହେବେ ।

ଏହା ବି ପଢନ୍ତୁ- 90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଆସନ୍ତା ବର୍ଷ ପ୍ରାୟ ୩୫୦୦ ଅଗ୍ନିବୀରଙ୍କୁ ଭର୍ତ୍ତି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ୩ ପ୍ରତିଶତ ମହିଳା ରହିବେ । ଏହାପରେ ଧୀରେ ଧୀରେ ପ୍ରତିବର୍ଷ ମହିଳାଙ୍କ ସଂଖ୍ୟାକୁ ବୃଦ୍ଧି କରାଯିବ । ୪ ବର୍ଷ ମଧ୍ୟରେ ମହିଳା ଅଗ୍ନିବୀରଙ୍କ ସଂଖ୍ୟାକୁ ୧୦ ପ୍ରତିଶତ କରାଯିବ । ଏହାପରେ ମହିଳା ଅଗ୍ନିବୀରଙ୍କୁ ସମୀକ୍ଷା କରାଯିବ । ଏୟାରଫୋର୍ସରେ ମୋଟ ୩୯ଟି ଟ୍ରେଡ ରହିଥିବା ବେଳେ ମହିଳା ଅଗ୍ନିବୀର ଯେକୌଣସି ଟ୍ରେଡ଼ରେ ସାମିଲ ହୋଇପାରିବେ ।

ମାତ୍ର ପ୍ରଥମେ ସେମାନେ ୪ବର୍ଷ ଅଗ୍ନିବୀର ଭାବେ କାର୍ଯ୍ୟ କରିବା ପରେ ସ୍ଥାୟୀ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେବେ । ଏୟାରଫୋର୍ସର ଯେଉଁ ଅଗ୍ନିବୀର ସାମିଲ ହେବେ ସେମାନଙ୍କୁ ପ୍ରଥମେ କୌଣସି ଟ୍ରେଡ ଦିଆଯିବ ନାହିଁ । ଏହା ପରିବର୍ତ୍ତେ ସେମାନଙ୍କୁ ଷ୍ଟ୍ରିମ ଓ ସବ-ଷ୍ଟ୍ରିମ ମିଳିବ । ଏୟାରଫୋର୍ସ ଅଧିକାରୀଙ୍କ କହିବାନୁସାରେ ସମସ୍ତ ଅଗ୍ନିବୀରଙ୍କୁ ଗୋଟିଏ ଟ୍ରେଡରେ ସୀମିତ ରଖାଯିବ ନାହିଁ । ସେମାନଙ୍କୁ ସବୁ ପ୍ରକାର କାମ ଶିଖାଯିବ ।

For All Latest Updates

ABOUT THE AUTHOR

...view details