ଇସଲାମବାଦ:ଭାରତୀୟ ଏୟାର ଆମ୍ବୁଲାନ୍ସ ପାକିସ୍ତାନରେ ଜରୁରୀ ଅବତରଣ କରିଛି । ପାକିସ୍ତାନର ରାଜଧାନୀ ଇସଲାମବାଦ ବିମାନବନ୍ଦରରେ ରିଫୁଏଲିଂ ପାଇଁ ଏୟାର ଆମ୍ବୁଲାନ୍ସ ଅବତରଣ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏୟାର ଆମ୍ବୁଲାନ୍ସରେ ଫୁଏଲ କମ ଥିବାରୁ ପାକିସ୍ତାନର ବେସାମରିକ ବିମାନ ଚଳାଚଳ ଅଥରିଟି ସହ ଯୋଗାଯୋଗ କରାଯାଇଥିଲା । ଏହା ସହ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା । ତେବେ ପାକିସ୍ତାନ ଅନୁମତି ଦେବା ପରେ ଏୟାର ଆମ୍ବୁଲାନ୍ସ ଅବତରଣ କରିବା ସହ ଫୁଏଲ ଭର୍ତ୍ତି କରିଛି ।