ଓଡିଶା

odisha

ETV Bharat / bharat

ନେତାଜୀ ବଞ୍ଚିଥିଲେ କେବେ ବିଭାଜିତ ହୋଇନଥାନ୍ତା ଭାରତ: ଡୋଭାଲ - ଅଜିତ ଡୋଭାଲ

ନେତାଜୀ ସୁଭାଷ ବୋଷ ବଞ୍ଚିଥିଲେ, ଦେଶ କେବେ ହେଲେ ବିଭାଜିତ ହୋଇନଥାନ୍ତା । ନେତଜୀଙ୍କ ବ୍ୟକ୍ତିତ୍ବ ଅତୁଳନୀୟ, ସ୍ବାଧୀନତା କ୍ଷେତ୍ରରେ କୌଣସି ବୁଝମଣା ତାଙ୍କ ଆଦର୍ଶ ବାହାରେ ଥିଲା କହିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଅଧିକ ପଢନ୍ତୁ

ନେତାଜୀ ବଞ୍ଚିଥିଲେ ଦେଶ ବିଭାଜିତ ହୋଇନଥାନ୍ତା: ଡୋଭାଲ
ନେତାଜୀ ବଞ୍ଚିଥିଲେ ଦେଶ ବିଭାଜିତ ହୋଇନଥାନ୍ତା: ଡୋଭାଲ

By

Published : Jun 17, 2023, 9:11 PM IST

ନୂଆଦିଲ୍ଲୀ:ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିଭାଜନ ସମୟରେ ଥିଲେ ଦେଶ(ଭାରତ) କେବେ ମଧ୍ୟ ବିଭାଜିତ ହୋଇନଥାନ୍ତା । ତାଙ୍କ ନେତୃତ୍ବ ଅତୂଳନୀୟ ଥିଲା । ତତ୍କାଳୀନ ସମୟରେ କେହି ତାଙ୍କ ସମାନ୍ତରଳ ନେତୃତ୍ବ ନଥିଲେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ରାଜଧାନୀ ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମାରକୀ ଲେକ୍ଚର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନଏସଏ ଡୋଭାଲ କହିଛନ୍ତି, ନେତାଜୀଙ୍କ ପରି ଅଦମ୍ୟ ସାହସ ଓ ତାଙ୍କ ସମକକ୍ଷ ପ୍ରତିଭା ସେତେବେଳେ ଦେଶରେ ବେଶ କମ ଥିଲେ ।

ଡୋଭାଲ କହିଛନ୍ତି,‘‘ ମୁଁ ଭଲ କି ଖରାପ କହୁନାହିଁ, କିନ୍ତୁ ଭାରତୀୟ ଇତିହାସ ଓ ସମଗ୍ର ବିଶ୍ବ ଇତିହାସରେ ଏପରି ଖୁବ କମ ପ୍ରତିଭା ଅଛନ୍ତି, ଯେଉଁମାନେ ସ୍ରୋତର ବିପରୀତ ଦିଗରେ ଯିବାକୁ ସାହାସ କରିପାରନ୍ତି । ତାଙ୍କର ନେତୃତ୍ବ ଭିନ୍ନ ଶୈଳୀର ଥିଲା । ସେ ସ୍ବାଧୀନତା କ୍ଷେତ୍ରରେ କୌଣସି ପ୍ରକାର ବୁଝାମଣାର ବିରୋଧୀ ଥିଲେ । ସେ ପୂର୍ଣ୍ଣ ସ୍ବରାଜକୁ ନିଜର ଜନ୍ମଗତ ଅଧିକାର ଭାବୁଥିଲେ । ସେ ବୁଝାମଣା କିମ୍ବା ସ୍ବାଧୀନତା ପାଇଁ ଭିକ୍ଷା ମାଗିବା ନୁହେଁ ବରଂ ଲଢେଇ କରି ହାସଲ କରିବାରେ ବିଶ୍ବାସ ରଖୁଥିଲେ । ଏପରିକି ସେତେବେଳେ ସ୍ବତନ୍ତ୍ର ପାକିସ୍ତାନ ଗଠନ ଦାବି କରୁଥିବା ମହମ୍ମଦ ଅଲ୍ଲି ଜିନ୍ନା ମଧ୍ୟ କେବଳ ନେତାଜୀଙ୍କ ନେତୃତ୍ବକୁ ଗ୍ରହଣ କରିପାରିବେ ବୋଲି କହିଥିଲେ ।’’

ସୁଭାଷ ବୋଷଙ୍କର ବିଚାର ଏହାହିଁ ଥିଲା ଯେ, ସ୍ବାଧୀନତା ତାଙ୍କର ଜନ୍ମଗତ ଅଧିକାର । ସେଥିପାଇଁ ସେ ସ୍ବଧୀନତାକୁ ଭିକ୍ଷା ବୋଲି ଭାବି ନଥିଲେ, ବରଂ ଏହା ପାଇଁ ଲଢେଇ କରି ସ୍ବାଧୀନତା ହାସଲ କରିବାର ପ୍ରୟାସ କରିଥିଲେ । ଯଦି ନେତାଜୀ ସୁଭାଷ ବିଭାଜନ ବେଳେ ଥାଆନ୍ତେ ତେବେ ଦେଶ କେବେ ବିଭାଜିତ ହୋଇନଥାନ୍ତା । ତାଙ୍କ ନେତୃତ୍ବ ଏକ ଭିନ୍ନ ଶୈଳୀର ଥିଲା । ଭାରତ ଏକ ବାସ୍ତବତା ଓ ଭବିଷ୍ୟତରେ ବାସ୍ତବତା ହୋଇ ରହିବା ନେଇ ନେତାଜୀଙ୍କ ବିଚାର ଥିଲା । ମହମ୍ମଦ ଅଲ୍ଲୀ ଜିନ୍ନ ମଧ୍ୟ ନେତାଜୀଙ୍କୁ ନେତା ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିଲେ ବୋଲି ଡୋଭାଲ କହିଛନ୍ତି ।

କେବଳ ପୂର୍ଣ୍ଣ ସ୍ବାଧୀନତା ଛଡା ଆଉ କୌଣସି ସର୍ତ୍ତବଳୀକୁ ନେତାଜୀ କୌଣସି ପରିସ୍ଥିତିରେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ । ଭାରତର ସ୍ବାଧୀନତାରେ କୌଣସି ପରିସ୍ଥିତିରେ ବୁଝାମଣା ନେତାଜୀଙ୍କ ଆଦର୍ଶ ବାହାରେ ଥିଲା । ସେ କେବଳ ବିଦେଶୀ ଶକ୍ତିଙ୍କ ଠାରୁ ଦେଶର ସ୍ବାଧୀନତା ଚାହୁଁନଥିଲେ ବରଂ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ମାନସିକତାରେ ମଧ୍ୟ ଦେଶବାସୀଙ୍କୁ ସ୍ବାଧୀନତାର ଅନୁଭବ ଦେବା ପାଇଁ ଚାହୁଁଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ପଦାଙ୍କ ମଧ୍ୟ ଅତୁଳନୀୟ ଏବଂ ତାଙ୍କର ଅଦମ୍ୟତା ଏବଂ ଦୃଢତା ଅନ୍ୟ କେଉଁ ନେତୃତ୍ବଙ୍କ ସୟ ତୂଳନୀୟ ମଧ୍ୟ ନୁହେଁ ।

ଆଫଗାନିସ୍ତାନୀ ପୋଷାକ ପରିଧାନ କରି ଭାରତରୁ ସେ କାବୁଲ ଯାତ୍ରା କରିଥିଲେ । ସେଠାରୁ ସେ ଋଷ ଗସ୍ତ କରିଥିଲେ । ଋଷରୁ ସେ ଜର୍ମାନୀ ଯାଇ ହିଟଲରଙ୍କୁ ଭେଟିଥିଲେ । ତା’ ପରେ ସେ ଜାପାନ ଏବଂ ପରେ ସିଙ୍ଗାପୁରରେ ପହଞ୍ଚିଥିଲେ । ଯେଉଁଠାରେ ନେତାଜୀ ଇଣ୍ଡିଆନ ନ୍ୟାସନାଲ ଆର୍ମି ବା ‘ଆଜାଦ ହିନ୍ଦ ଫୌଜ’ ଗଠନ କରିଥିଲ । ଭାରତକୁ ଇଂରେଜଙ୍କ ଠାରୁ ପୂର୍ଣ୍ଣ ସ୍ବରାଜ ଦେବା ପାଇଁ ‘ଦିଲ୍ଲୀ ଚଲ୍ଲୋ’ ଡାକରା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details