ଓଡିଶା

odisha

ETV Bharat / bharat

India Corona, ଦେଶରେ କମୁଛି କୋରୋନା ସଂକ୍ରମଣ - ଭାରତରେ କୋଭିଡ ମୃତ୍ୟୁ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ 6,168 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona, ଦେଶରେ କମୁଛି କୋରୋନା ସଂକ୍ରମଣ
India Corona, ଦେଶରେ କମୁଛି କୋରୋନା ସଂକ୍ରମଣ

By

Published : Sep 2, 2022, 10:24 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଛି । କିଛି ଦିନ ହେବ ସଂକ୍ରମଣ ମାମଲା 10 ହଜାର ତଳେ ରହୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମାତ୍ର 6,168 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 6,168 fresh Covid Cases) । ଗତକାଲି ଏହି ସଂଖ୍ୟା 7,946 ଥିଲା । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ, ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖାଯାଇଛି । ଦିନକରେ 9,685 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,38,55,365ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 59,210ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 1.94% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର 2.51% ଅଛି । ଦେଶରେ କୋରୋନା ସୁସ୍ଥହାର 98.68%ରେ ପହଞ୍ଚିଛି । ଏବେସୁଦ୍ଧା 5,27,932 ହଜାରରୁ ଅଧିକ କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେସୁଦ୍ଧା ଦେଶବ୍ୟାପୀ 88.64 କୋଟି ଟେଷ୍ଟିଂ ହୋଇଛି । ଗତ 24 ଘଣ୍ଟାରେ 3,18,642 ଟେଷ୍ଟିଂ କରାଯାଇଛି ।

ଏହାମଧ୍ୟ ପଢନ୍ତୁ:ଆଗକୁ ଆସୁଛି ଶୀତଦିନ, Covid ସଂକ୍ରମଣ ବୃଦ୍ଧି ନେଇ ଚେତାଇଲା WHO

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 212 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 22,40,162 ଜଣଙ୍କୁ ଟିକା ଦିଆଯାଇଛି । ସେହିପରି ପ୍ରତିଦିନ ଦେଶରେ 22 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Manuskh mandaviya) ସୂଚନା ଦେଇଛନ୍ତି । କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହାକି ସେପ୍ଟେମ୍ବର 30 ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 18 ବର୍ଷ ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।

ABOUT THE AUTHOR

...view details