ଓଡିଶା

odisha

ETV Bharat / bharat

ଭାରତରେ ଖୁବଶୀଘ୍ର ଆରମ୍ଭ ହେବ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ: ପ୍ରଧାନମନ୍ତ୍ରୀ - ମୋ

ଭାରତ ଖୁବ ଶୀଘ୍ର ଆରମ୍ଭ କରିବ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ । ଏନେଇ କହିଛନ୍ତି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଖୁବ ଶୀଘ୍ର ଭାରତ ଆରମ୍ଭ କରିବ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ: ମୋଦୀ
ଖୁବ ଶୀଘ୍ର ଭାରତ ଆରମ୍ଭ କରିବ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ: ମୋଦୀ

By

Published : Jan 4, 2021, 3:00 PM IST

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ଆରମ୍ଭ କରିବ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ । ଏନେଇ କହିଛନ୍ତି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସୋମବାର ଦିନ କୋରୋନା ଭାଇରସ୍ ବିରୋଧରେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିବାର ଗୋଟିଏ ଦିନ ପରେ ଭାରତ ବିଶ୍ବର ସର୍ବ ବୃହତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ମୋଦି କହିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ‘ନ୍ୟାସନାଲ୍‌ ମେଟ୍ରୋଲୋଜି କନକ୍ଲେଭ୍‌’ରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ସମସ୍ତ ବୈଜ୍ଞାନିକ ଓ ଟେକ୍ନିସିଆନ୍‌ମାନଙ୍କ ପାଖରେ ସମଗ୍ର ଦେଶ ଋଣୀ ।

ନ୍ୟାସନାଲ୍‌ ଆଟୋମିକ ଟାଇମସ୍କେଲ୍‌ ଏବଂ ଭାରତୀୟ ନିର୍ଦେଶକ ଦ୍ରବ୍ୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନ୍ୟାସନାଲ ଏନଭାଇରୋନମେଣ୍ଟାଲ୍‌ ଷ୍ଟାଣ୍ଡାର୍ଡ ଲାବ୍ରୋଟରିର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ । ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ସମୟରେ ପିଏମ ମୋଦି କହିଛନ୍ତି, “ଆମେ ବିଶ୍ବକୁ ଭାରତୀୟ ଉତ୍ପାଦରେ ଭରିବାକୁ ଚାହୁଁ ନାହୁଁ, କିନ୍ତୁ ଆମକୁ ବିଶ୍ବର କୋଣ ଅନୁକୋଣରେ ଭାରତୀୟ ଉତ୍ପାଦର ପ୍ରତ୍ୟେକ ଗ୍ରାହକଙ୍କ ହୃଦୟ ଜିତିବାକୁ ପଡିବ । ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ବିଶ୍ବରେ ‘ମେଡ୍ ଇନ୍ ଇଣ୍ଡିଆ’ର ଚାହିଦା ରହିବା ସହ ଗ୍ରହଣୀୟ ହେବା ଆବଶ୍ୟକ ।

ସମଗ୍ର ଦେଶରେ ଥିବା ଶିକ୍ଷା ପ୍ରତିଷ୍ଠାନର ଶିକ୍ଷାର୍ଥୀମାନଙ୍କ ସହ ଆଳାପ ଆଲୋଚନା କରି ସେମାନଙ୍କ ଅଭିଜ୍ଞତା ସବୁକୁ ପରବର୍ତ୍ତୀ ପିଢ଼ି ସହ ସେୟାର କରିବାକୁ ସେ ‘ସିଏସଆଇଆର’ ବୈଜ୍ଞାନିକମାନଙ୍କୁ କହିଛନ୍ତି । ଗ୍ଲୋବାଲ ଇନୋଭେସନ୍ ର୍ୟାଙ୍କିଙ୍ଗରେ ବିଶ୍ବର ଶ୍ରେଷ୍ଠ 50 ଦେଶ ମଧ୍ୟରେ ଭାରତର ସ୍ଥିତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଆଜି ଦେଶରେ ମୌଳିକ ଗବେଷଣା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details