ଓଡିଶା

odisha

By

Published : May 29, 2021, 7:41 AM IST

ETV Bharat / bharat

'ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ଟୀକାକରଣ'

ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ଟୀକାକରଣ ସମ୍ପୂର୍ଣ୍ଣ ହେବ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ଅଧିକ ପଢନ୍ତୁ...

'ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ଟୀକାକରଣ'
'ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ଟୀକାକରଣ'

ନୂଆଦିଲ୍ଲୀ:କୋଭିଡ ଚେନ୍ ବ୍ରେକ କରିବାକୁ ଦେଶବ୍ୟାପୀ ବ୍ୟାପକ କରାଯାଇଛି ଟୀକାକରଣ । ମାତ୍ର ଅନେକ ସମୟରେ ଟିକାର ଅଭାବ ସୃଷ୍ଟି ହୋଇଛି । ଟିକା ଅଭାବକୁ ନେଇ ଅନେକ ମହଲରରେ ସମାଲୋଚନା ଚାଲିଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦେଶର ସମ୍ପୂର୍ଣ୍ଣ ଟୀକାକରଣ କରାଯିବ ବୋଲି ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଡିସେମ୍ବର ସୁଦ୍ଧା 216 କୋଟି କୋଭିଡ-19 ଟିକା ଡୋଜ ପ୍ରସ୍ତୁତ ହୋଇଯିବ । ଚଳିତ ବର୍ଷ ମଧ୍ୟରେ 216 କୋଟି ଡୋଜ ଉତ୍ପାଦନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଯଦ୍ବାରା ଅତିକମରେ 108 କୋଟି ଲୋକଙ୍କୁ ଟୀକାକରଣ କରାଯାଇ ପାରିବ ।

ସୂଚନାଥାଉ କି, ଦେଶରେ କୋଭିଡ ପରିଚାଳନା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଥିଲେ । ଯେଉଁ ଘଟଣା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଟୀକାକରଣକୁ ନେଇ ଏହି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details